Friday, April 3, 2026
29.7 C
Odisha

    ମହାକୁମ୍ଭରୁ ଫେରିବା ପରେ ଯନ୍ତ୍ରଣା ବଖାଣିଲେ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାକୁମ୍ଭ ଆରମ୍ଭ ହେବା ଦିନ ଠାରୁ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ନିକଟରେ ଦଳାଚକଡ଼ାରେ ଲୋକଙ୍କ ମୃତ୍ୟୁ ହେବାପର ଠାରୁ ମହାକୁମ୍ଭ ମେଳାର ଅବ୍ୟବସ୍ଥାକୁ କ୍ରମାଗତ ଭାବେ ଖବର ଆସୁଛି। ମହାକୁମ୍ଭରେ ପବିତ୍ର ବୁଡ଼ ପକାଇବା ପାଇଁ ଲୋକଙ୍କୁ ୧୫ ରୁ ୧୮ ଘଣ୍ଟା ଭୋକ ଓ ଶୋଷରେ ଲମ୍ବା ଟ୍ରାଫିକ ଜାମରେ ଛିଡ଼ା ହେବାକୁ ପଡ଼ୁଛି। ମହାକୁମ୍ଭରୁ ଫେରିଥିବା ରୁଚି ଜୋଶୀ ନିଜର ଅନୁଭୂତି ବଖାଣି କହିଛନ୍ତି, ‘ ମୁଁ ପରିବାରର ମୋଟ ଆଠ ଜଣ ସଦସ୍ୟଙ୍କ ସହିତ ପ୍ରୟାଗରାଜରେ ପହଞ୍ଚିଥିଲି। ମହାକୁମ୍ଭ ମେଳାରେ ପରିବାରଲୋକଙ୍କୁ ୧୨ ଘଣ୍ଟା ଭୋକିଲା ରହିବାକୁ ପଡିଥିଲା। ସେହିପରି ପାଦରେ ଚାଲି ସଙ୍ଗମ କୂଳରେ ପହଞ୍ଚିବାକୁ ପାଞ୍ଚ ଘଣ୍ଟାର ସମୟ ଲାଗିଥିଲା।ନୋଏଡାରୁ କ୍ୟାବ୍ ଯୋଗେ ପ୍ରୟାଗରାଜରେ ପହଞ୍ଚିଥିଲି। ପ୍ରଥମେ ଗୁରୁଗ୍ରାମରେ ପହଞ୍ଚିଲୁ, ସେଠାରୁ ଆମେ କିଛି ସମ୍ପର୍କୀୟଙ୍କୁ ନେଇ ମହାକୁମ୍ଭ ଅଭିମୁଖେ ଯାତ୍ରା କରିଥିଲୁ। ଆମେ ଶୁଣିଥିଲି ଭିଡ଼ କମି ଯାଇଛି। କିନ୍ତୁ ମହାକୁମ୍ଭରେ ପହଞ୍ଚିବା ପରେ ପରିସ୍ଥିତି ଓଲଟା ଥିଲା। ଏତେ ଭିଡ଼ ଥିଲା ଯେ ପାଦ ରଖିବା କଷ୍ଟକର ହେଉଥିଲା। ପୁଣି ପରିବାର ୮ଜଣ ସଦସ୍ୟ ଭିଡ଼ ଭିତରେ ଏକାଠି ହୋଇ ଚାଲିବା ଚ୍ୟାଲେଞ୍ଜିଂ ଥିଲା। କୁମ୍ଭମେଳାରୁ ଫେରିବା ପରେ ମୋିତେ ଯେତିକି କଷ୍ଟ ହୋଇଛି ଦ୍ବିତୀୟ ଥର ଏମିତି ମେଳାକୁ ମୁଁ କ‌ଦାପି ଯିବି ନାହିଁ। ଆପଣମାନେ ବି ଏପରି ମେଳାକୁ ଯିବାରୁ ନିବୃତ୍ତ ରୁହନ୍ତି। ଘରେ ନିଜ ପରିବାର ସହିତ ସୁରକ୍ଷିତ ରୁହନ୍ତୁ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ