Wednesday, April 8, 2026
24.2 C
Odisha

    ମହାକୁମ୍ଭରେ ମହାପ୍ରସାଦ ରାନ୍ଧିଲେ ଗୌତମ ଅଦାନୀ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ଅଦାନୀ ଗ୍ରୁପ୍ ଅଧ୍ୟକ୍ଷ ତଥା ପ୍ରସିଦ୍ଧ ଶିଳ୍ପପତି ଗୌତମ ଅଦାନୀ ଆଜି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ପହଞ୍ଚିଥିଲେ। ଏହି ସମୟରେ, ସେ ଆଦାନୀ ଗ୍ରୁପ୍ ଏବଂ ଇସ୍କନ ସହଯୋଗରେ ଚାଲିଥିବା ରୋଷେଇଶାଳକୁ ଯାଇ ପ୍ରସାଦ ପ୍ରସ୍ତୁତି ବିଷୟରେ ପଚାରି ବୁଝିଥିଲେ ବୋଲି ଜଣାପଡ଼ିଛି। କେବଳ ଏହା ନୁହେଁ, ସେ ନିଜେ ମଧ୍ୟ ପ୍ରସାଦ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ ବୋଲି ଭାଇରାଲ ହେଉଥିବା ଭିଡିଓ‌‌ରେ ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ସହିତ ଇସ୍କନର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ କୁହାଯାଉଛି।ସୂଚନା ମୁତାବକ, ମହାପ୍ରସାଦ ପ୍ରସ୍ତୁତିରେ ଅଂଶଗ୍ରହଣ କରିବା ପରେ, ଅଦାନୀ ଗ୍ରୁପର ସିଇଓ ନିଜେ ମଧ୍ୟ ପ୍ରସାଦ ସେବନ କରିଥିଲେ। ତେବେ ଅଦାନୀ ଗ୍ରୁପ୍ ଏବଂ ଇସ୍କନ୍ ମିଳିତ ଭାବରେ ମହାକୁମ୍ଭରେ ମହାପ୍ରସାଦ ଯୋଗଇବା ସେବା କରୁଛନ୍ତି। ପ୍ରତିଦିନ ୪୦ହଜାରରୁ ଅଧିକ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି। ଏହି ମହାପ୍ରସାଦ ସେବା ଜାନୁଆରି ୧୩ତାରିଖରେ ଆରମ୍ଭ ହୋଇଥିଲା, ଯାହା ଫେବ୍ରୁଆରି ୨୬ ପର୍ଯ୍ୟନ୍ତ ଜାରି ରହିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ