Thursday, September 25, 2025
26 C
Odisha

    ମହାନଦୀରେ ବନ୍ୟା ଆଶଙ୍କା, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ୧୬ଟି ଗେଟ୍ ଖୋଲା

    ଆଗକୁ ପଢନ୍ତୁ

    କଟକ : ମହାନଦୀରେ ବନ୍ୟା ଆଶଙ୍କା । ଉପରମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀର ତଳମୁଣ୍ଡରେ ଦେଖା ଦେଇଛି ବନ୍ୟାସ୍ଥିତି । ଆସନ୍ତା ଶନିବାର ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ । ଏହାର ପ୍ରଭାବରେ ଶାଖା ନଦୀଗୁଡିକ ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ସାମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ କ୍ଷେତ୍ର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

    ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ବର୍ତ୍ତମାନ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୯୧୩ ଘନଫୁଟ ବନ୍ୟାଜଳ । ୧୬ଟି ଗେଟ୍ ଦେଇ ନିଷ୍କାସନ ହେଉଛି ୨ ଲକ୍ଷ ୯୭ ହଜାର ଘନଫୁଟ ବନ୍ୟାଜଳ । ଏବେ ଜଳସ୍ତର ୬୨୯.୨୧ ଫୁଟ୍ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    85 %
    1.8kmh
    88 %
    Thu
    29 °
    Fri
    29 °
    Sat
    27 °
    Sun
    26 °
    Mon
    29 °

    ସମ୍ବନ୍ଧିତ