Sunday, March 22, 2026
25.7 C
Odisha

    ମହାନଦୀ ଟ୍ରିବ୍ୟୁନାଲ ଟିମ ସଦସ୍ୟଙ୍କ ମହାପ୍ରଭୁଙ୍କ ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ସ୍ବାଗତ

    ଆଗକୁ ପଢନ୍ତୁ

    ପୁରୀ : ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ସକାଳେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଆସିଥିବା ଟ୍ରିବ୍ୟୁନାଲ ଟିମ୍ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶୀର୍ବାଦ ଲାଭ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଟିମକୁ ସ୍ବାଗତ କରାଯାଇଥିଲା । ପରେ ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହିତ ଅନ୍ୟ ପାର୍ଶ୍ଵଦେବଦେବୀଙ୍କ ଦର୍ଶନ କରିଥିଲେ ।

    ଆସନ୍ତା ମାର୍ଚ୍ଚ ୭ ରେ ଛତିଶଗଡ଼ ଗସ୍ତରେ ଯିବ ଟ୍ରିବ୍ୟୁନାଲ ଟିମ୍ । ୭ ତାରିଖରୁ ୧୧ ତାରିଖ ଯାଏଁ ଛତିଶଗଡ଼ର ବିଭିନ୍ନ ସ୍ଥାନକୁ ଯାଇ ଏହି ଟିମ୍ ଅନୁଧ୍ୟାନ କରିବ । ତେବେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦର ସମାଧାନ ନେଇ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କରିଛନ୍ତି । ଆସନ୍ତାକାଲି ମହାନଦୀ ଟ୍ରିବ୍ୟୁନାଲ ଟିମ୍ ଚିଲିକା ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    25 %
    1.5kmh
    0 %
    Sun
    27 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ