Sunday, March 22, 2026
20.3 C
Odisha

    ମହାପ୍ରଭୁଙ୍କ ମହାପ୍ରସାଦ କିଭଳି ଭାବରେ ରନ୍ଧା ଯାଏ

    ଆଗକୁ ପଢନ୍ତୁ

    ମହାପ୍ରଭୁଙ୍କ ମହାପ୍ରସାଦ…ଶୁଖିଲା କଣିକାଟିଏ ପାଇଦେଲେ ବି ଜୀବନ ହୋଇଯାଏ ଧନ୍ୟ…ମହାଲକ୍ଷ୍ମୀ ଚାହିଁଦେଲେ ଥରେ ନିଅଣ୍ଟ ପଡେନି କି ବଳକା ହୁଏନି ମହାପ୍ରସାଦ… କଂଚା ପନିପରିବା ବି ଆପେ ଆପେ ହୋଇଯାଏ ପାକ ସିଗ୍ଧ ।

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସମସ୍ତ ରୀତିନୀତିର ରହିଛି କିଛି ନା କିଛି ସ୍ୱତନ୍ତ୍ରତା । ସେହିଭଳି ମହାପ୍ରଭୁଙ୍କଠାରେ ଲାଗି ହେଉଥିବା ମହାପ୍ରସାଦ ଏବଂ ଏହି ମହାପ୍ରସାଦ ପ୍ରସ୍ତୁତ ହେଉଥିବା ମହାପ୍ରଭୁଙ୍କ ରୋଷଶାଳାର ମଧ୍ୟ ରହିଛି ଅନେକ ଅଲୌକିକ କାହାଣୀ । ଯାହା ସଂପର୍କରେ ଆଜି ଆମେ ଆଲୋଚନା କରିଛୁ ।

    ମହାପ୍ରଭୁ ହେଉଛନ୍ତି ବିଶ୍ୱ ସମ୍ରାଟ ଆଉ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ସୁୁଧାହାରୀ ଅର୍ଥାତ୍ ସେ ସବୁଦିନ ଅମୃତ ଆହାର କରନ୍ତି । ସେହିଭଳି ଶ୍ରୀଜିଉଙ୍କ ପାଇଁ ନିମିତ ଯେଉଁ ମହାପ୍ରସାଦ ରୋଷଶାଳରେ ଅଗ୍ନିକୋଣରେ ପ୍ରସ୍ତୁତ କରାଯାଏ ତାକୁ ପାଇବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚାତକ ପରି ଚାହିଁ ରହିଥାନ୍ତି । ତେବେ ମହାପ୍ରଭୁଙ୍କ ଏହି ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି ଖୋଦ୍ ଲକ୍ଷ୍ମୀ ଠାକୁରାଣୀ । ଏହି ମହାପ୍ରସାଦର ସ୍ୱାକ୍ତିକତା ବିଶ୍ୱରେ ବିରଳ । ଯାହାର ଶୁଖିଲା କଣିକାଟିଏ ପାଇବା ପାଇଁ ଭକ୍ତ ବ୍ୟାକୁଳ ଭାବେ ଅନେଇଥାଏ । ଏବଂ ୩୩କୋଟି ଦେବାଦେବୀ ବିଶେଷ କରି ମାଆ ଜଗତଜନନୀ ସଂସାରର ମାଲିକିଆଣୀ ବିମଳା ଠାକୁରାଣୀ ମଧ୍ୟ ଲେଲିହାନ୍ ଜିହ୍ୱା ବିସ୍ତାର କରି ମହାପ୍ରସାଦ କଣିକାଟିଏ ପାଇବା ପାଇଁ ଚାହିଁରହିଥାନ୍ତି ।

    ସେହିଭଳି ମହାପ୍ରଭୁଙ୍କୁ ସ୍ୱୟଂ ଲକ୍ଷ୍ମୀ ସୁନା ଚଟୁରେ ଖାଦ୍ୟ ରାନ୍ଧି ପରସନ୍ତି ଏବଂ ଯେଉଁ ସୁଆର ସେବକମାନେ ପ୍ରତି ଦିନ ଶିକାରେ ଭାର କରି ମହାପ୍ରସାଦକୁ ରତ୍ନସିଂହାସନ ପର୍ଯ୍ୟନ୍ତ ନେଉଛନ୍ତି ତାହା ବାସ୍ତବରେ ସେମାନେ ନେଉନାହାଁନ୍ତି ବରଂ ସବୁଠାରୁ ବଳଶାଳୀ ଭୀମ ହିଁ ଏଠି ବୋହୁଛନ୍ତି । ମହାପ୍ରଭୁଙ୍କ ମହାପ୍ରସାଦ ଜଗତଜନନୀ ମାଆ ଲକ୍ଷ୍ମୀ ଠାକୁରାଣୀ ହିଁ ରାନ୍ଧଣା କରୁଛନ୍ତି, ଯାହାଙ୍କ ଏକମାତ୍ର ଚକ୍ଷ୍ୟୁର ସ୍ପର୍ଶରେ ଲକ୍ଷାଧିକ ଭକ୍ତ ଆସିଲେ ମଧ୍ୟ କେବେ ହେଲେ ମହାପ୍ରସାଦ ନିଅଂଟିଆ ହୁଏନି ବା କମ ଭକ୍ତ ଆସିଲେ ବି ବଳକା ହୁଏନି । ଆଉ ଏହା ହିଁ ହେଉଛି ମହାପ୍ରଭୁଙ୍କ ମହାପ୍ରସାଦର ଆଶ୍ଚର୍ଯ୍ୟ ।

    କିଭଳି ରନ୍ଧା ଯାଏଁ ମହାପ୍ରସାଦ?

    ପ୍ରଥମେ ମହାପ୍ରଭୁଙ୍କ ପୂଜା ପଣ୍ଡା ସେବକ ଆସି ରୋଷ ହୋମ କରନ୍ତି । ଏହାପରେ ମାଟିହାଣ୍ଡରେ ସ୍ୱତନ୍ତ୍ର ସେବକମାନେ ରୋଷଶାଳ ପରିସରରେ ଥିବା ଗଙ୍ଗା ଜମୁନା କୂଅରୁ (ଯାହାକି ଜଳର ଉତ୍ସ)ପାଣି ଆଣି ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ତେବେ ମହାପ୍ରସାଦ ରାନ୍ଧିବା ବେଳେ ଯଦି କୌଣସି ଜିନିଷ ପାକ ହୋଇନଥାଏ ବା କଂଚା ରହିଯାଏ ତେବେ ବାଟରେ ଅଗ୍ନିଶ୍ୱର ମହାଦେବ ଅଛନ୍ତି ଆଉ ଏହି ବାଟ ଦେଇ ଯେତେବେଳେ ସେବକ ସୁଆରମାନେ ଅବଢାଅନ୍ନକୁ ଶିକାରେ ଛେକ କରି ରତ୍ନସିଂହାସନ ନିକଟକୁ ବୋହି ନେଇଥାନ୍ତି ଠିକ୍ ସେତେବେଳେ ତାହା ଅଗ୍ନିଶ୍ୱର ମହାଦେବଙ୍କ ନିକଟରେ ଆପେ ଆପେ ପାକ ସିଗ୍ଧ ହୋଇଯାଏ ଏବଂ ଅମୃତରେ ମଧ୍ୟ ପରିଣତ ହୋଇଯାଏ । ସେହିଭଳି ଯେତେବେଳେ ମହାପ୍ରଭୁଙ୍କ ନିକଟରେ ପୂଜାପଣ୍ଡା ଘଂଟି ବଜାଇଦିଅନ୍ତି ଆଉ ଯେତେବେଳେ ଶଂଖରୁ ପାଣିଟିକେ ଏହି ବାସନାହୀନ ପ୍ରସାଦରେ ପଡିଯାଏ ସେତେବେଳେ ଏହି ବାସନାହୀନ ଅବଢାଅନ୍ନ ମହ ମହ ବାସନାରେ ଚୁର୍ତୁଦିଗ କମ୍ପିଉଠେ ଆଉ ଏହାର ସ୍ୱାଦ ମଧ୍ୟ ଅତୁଳନୀୟ ହୋଇଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ