Thursday, October 1, 2026
22.7 C
Odisha

    ମହିଳାଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଲେ ବରା ମିସ୍ତ୍ରୀ

    ଆଗକୁ ପଢନ୍ତୁ

    ଅନୁଗୁଳ:  ତାଳଚେର ବ୍ଲକ ଗୋପାଳପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଗ୍ରାମର ରଞ୍ଜିତ୍ ସାହୁ ନାମକ ଜଣେ ଯୁବକ ଆଜକୁ ପ୍ରାୟ ୧୦ରୁ ୧୨ ବର୍ଷ ହେବ ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିର ଛକରେ ଏକ ଜଳଖିଆ ଦୋକାନରେ ବରାମିସ୍ତ୍ରୀ ଭାବେ କାର୍ଯ୍ୟକରି ଆସୁଥିଲେ । ଏହି ଦୋକାନରେ କାର୍ଯ୍ୟକରିବା ଭିତରେ ସେହି ଆଖାପାଖ ଅଞ୍ଚଳର ମହିଳାଙ୍କୁ ଧରି ମନଲୋଭା କଥା କହି ବିଭିନ୍ନ ସଂସ୍ଥାରୁ ଋଣ ନେଉଥିବା ମହିଳାମାନଙ୍କ ଠାରୁ ଅତି ଚତୁରତାର ସହ ଟଙ୍କା ନେଇ ଅଧିକ ସୁଧ ପ୍ରଦାନ କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ । ପରବର୍ତ୍ତୀ ସମୟରେ ନିରୀହ ଶହ ଶହ ମହିଳା ତାଙ୍କୁ ବିଶ୍ୱାସ କରି କିଏ ଝିଅ ବିବାହ ପାଇଁ ତ ଆଉ କେହି ବ୍ୟବସାୟ ପାଇଁ ଲକ୍ଷାଧିକ ଟଙ୍କା ଲଗାଇଥିଲେ । କିନ୍ତୁ ଭାଗ୍ୟର ବିଡ଼ମ୍ୱନା, ପରବର୍ତ୍ତୀ ସମୟରେ ଉକ୍ତ ବରା ମିସ୍ତ୍ରୀ ଶତାଧିକ ମହିଳାଙ୍କୁ ନିଜକୁ ବିଲଡରଭାବେ ପରିଚୟ ଦେଇ ଓ ସେମାନଙ୍କୁ ଚେକ୍ ଏବଂ କୋର୍ଟ ଆଫିଡେବିଟ୍ ଦେଇ କୋଟି କୋଟି ଟଙ୍କା ଚୂନ ଲଗାଇ କେଉଁଆଡ଼େ ଉଭାନ ହୋଇଯାଇଛନ୍ତି । ଏହା ପରେ ମହିଳାମାନେ ବହୁ ଖୋଜାଖୋଜି କରି ତାକୁ ନପାଇବାରୁ କୌଣସି ଉପାୟ ନପାଇଁ ତାଳଚେର ଟାଉନ ଥାନରେ ଏନେଇ ଲିଖିତ ଅଭିଯୋଗ କରି ସେମାନଙ୍କର ଟଙ୍କା କିପରି ଫେରି ପାଇବେ ତାକୁ ନେଇ ଚିନ୍ତଗ୍ରସ୍ତ ହୋଇପଡ଼ିଛନ୍ତି । ଏହି ଘଟଣା ତାଳଚେର ଅଞ୍ଚଳରେ ଚହଳ ପକାଇ ଦେଇଛି । ତେବେ ତାଳଚେର ଟାଉନଥାନା ଠାରୁ ମାତ୍ର ୨ ଶହ ମିଟର ଦୂରତାରେ ଏଭଳି କାଣ୍ଡ ଘଟିଥିଲେ ମଧ୍ୟ ପୁଲିସ୍ ଏହାର କିପରି ଟେର ପାଇପାରି ନଥିଲା । ତେଣୁ ଏଥିପ୍ରତି ସମସ୍ତେ ଯତ୍ନବାନ୍ ହେବା ସହ ଲୋଭର ବଶବର୍ତ୍ତୀ ନହୋଇ ଘରୋଇ ବୋନାମୀ ସଂସ୍ଥା ଗୁଡ଼ିକରେ ଅର୍ଥ ବିନିଯୋଗ ନକରିବାର ଆବଶ୍ୟକତା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.7 ° C
    22.7 °
    22.7 °
    83 %
    1.4kmh
    35 %
    Thu
    30 °
    Fri
    30 °
    Sat
    30 °
    Sun
    31 °
    Mon
    31 °

    ସମ୍ବନ୍ଧିତ