Tuesday, September 17, 2024
24.3 C
Odisha

    ମହିଳାଙ୍କୁ ମିଳିବ ୩ ଲକ୍ଷ କୋଟି: ନିର୍ମାଣ ହେବ ୩ କୋଟି ଆବାସ ଗୃହ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସାଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ମହିଳା ଏବଂ ଯୁବତୀଙ୍କ ପାଇଁ ଏକ ବଡ଼ ଘୋଷଣା ହୋଇଛି । ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ନୂଆ ପଦକ୍ଷେପ ନେଇଛନ୍ତି ସରକାର । ଏଥର ଆର୍ଥିକ ବର୍ଷରେ ମହିଳା ଏବଂ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ଉପରେ ଘୋଷଣା କରାଯାଇଛି । କାର୍ଯ୍ୟରତ ମହିଳା ଏବଂ ଯୁବତୀମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ କରାଯିବ । ଏହାସହିତ କୋଟିଏ ଯୁବକଙ୍କ ପାଇଁ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ମଧ୍ୟ ଘୋଷଣା କରାଯାଇଛି ।ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୪-୨୫ ଆର୍ଥିକ ବର୍ଷରେ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ପାଇଁ ୩ କୋଟି ଆବାସ ଗୃହ ନିର୍ମାଣ କରାଯିବ । ଏହାବ୍ୟତୀତ ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ । ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ହେବ ବୋଲି ବଜେଟ ଅଭିଭାଷଣରେ କହିଛନ୍ତି ଅର୍ଥମନ୍ତ୍ରୀ। ପିପିପି ମୋଡରେ ରେଣ୍ଟାଲ ହାଉସିଂହ ବ୍ୟବସ୍ଥା ନିର୍ମାଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    86 %
    2.2kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ