Tuesday, March 24, 2026
35.6 C
Odisha

    ମହିଳାମାନେ ଏଭଳି ଭାବେ ନିଅନ୍ତୁ ସ୍ତନର ଯତ୍ନ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର ସମସ୍ୟା

    ଆଗକୁ ପଢନ୍ତୁ

    ମହିଳାମାନେ ଏଭଳି ଭାବେ ନିଅନ୍ତୁ ସ୍ତନର ଯତ୍ନ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର ସମସ୍ୟ ମହିଳା ନିଜ ଫିଗର ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ସେମାନେ ବିଭିନ୍ନ ରାସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ବେଳେବେଳେ ମହିଳାମାନେ ସୁନ୍ଦର ହେବା ଆଶାରେ କିଛି ଏଭଳି କାମ କରିଥାନ୍ତି, ଯାହା ତାଙ୍କୁ ଲାଭ ଦେବା ପରିବର୍ତ୍ତେ କ୍ଷତି କରିଥାଏ। ଯାହା ପରେ ଜୀବନ ପାଇଁ ମଧ୍ୟ ବିପଦ ଆଣେ। ତେବେ ଆମେ ଆଜି ସ୍ତନକୁ ନେଇ ମହିଳାମାନେ କରୁଥିବା କିଛି ଭୁଲ୍‌ ଏକ୍ସପେରିମେଣ୍ଟ ବିଷୟରେ କହିବାକୁ ଯାଉଛୁ ଯାହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା ତାହା କ’ଣ…

    ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଭଳି ସ୍ତନ ବା ବ୍ରେଷ୍ଟରେ ମଧ୍ୟ ଅଏଲ୍‌ ଗ୍ଲାଣ୍ଡସ୍‌ ନଥାଏ। ଏଣୁ ଏହାକୁ ହାଇଡ୍ରେଟ୍‌ ଓ ମଶ୍ଚରାଇଜ୍‌ ରଖିବା ନିତାନ୍ତ ଆବଶ୍ୟକ। ଯଦି ଏଭଳି କରୁନାହାନ୍ତି, ତେବେ ସ୍ତନର ତ୍ୱଚା ଶୁଷ୍କ ହୋଇ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦେଇପାରେ।ଏକ ସର୍ଭେ ମୁତାବକ, ଯେତେବେଳେ ଆପଣ ଦୌଡ଼ୁଛନ୍ତି ସେତେବେଳେ ସ୍ତନ ଉପରତଳ ହୋଇଥାଏ। ଏହା ଦ୍ୱାରା ଛାତିକୁ କଷ୍ଟ ହେବା ଭଳି ସମସ୍ୟା ଦେଖାଦିଏ। ଏଣୁ ସବୁବେଳେ ଦୌଡ଼ାଦୌଡ଼ି କରିବା ବେଳେ ସପୋର୍ଟ ବ୍ରା ପିନ୍ଧନ୍ତୁ। ନଚେତ୍‌ ଛାତିର ଟିସ୍ୟୁ ଉପରେ ଖରାପ ପ୍ରଭାବ ପଡ଼ିପାରେ।
    ହାତ ଓ ପାଦର ଓ୍ଵାକ୍ସିଂ କରିବା ଦ୍ୱାରା ତ୍ୱଚା ଉପରେ ଖରାପ ପଡ଼େନାହିଁ, କିନ୍ତୁ ସ୍ତନର ଓ୍ଵାକ୍ସିଂ କରିବା ଦ୍ୱାରା ଚର୍ମ ଖରାପ ହେବା ସମ୍ଭାବନା ରହିଛି। କାରଣ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ବ୍ରେଷ୍ଟ ଅଧିକ ସେନ୍‌ସେଟିଭ୍‌ ହୋଇଥାଏ। ଓ୍ଵାକ୍ସିଂ କରିବା ଦ୍ୱାରା ସ୍ତନରେ ଜଳାପୋଡ଼ା ହେବା ସହ ଆଲର୍ଜି ମଧ୍ୟ ହୋଇପାରେ। ଏଣୁ ଏସବୁ ଅଙ୍ଗରେ ଆଦୌ କିଛି ଏପଟସେପଟ ଜିନିଷ ବ୍ୟବହାର କରନ୍ତୁ ନାହିଁ।ଅଧିକାଂଶ ମହିଳା ନିଜର ବ୍ରା ମାପ ଜାଣିପାରିନଥାନ୍ତି। ଏଣୁ ଛୋଟ କିମ୍ବା ବଡ଼ ସାଇଜ୍‌ର ବ୍ରା ପିନ୍ଧିଥାନ୍ତି। ଯାହା ବ୍ରେଷ୍ଟ ଉପରେ ଚାପ ପକାଇଥାଏ ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରେ। ଏଣୁ ବ୍ରା କିଣିବା ବେଳେ ସବୁବେଳେ ନିଜ ମାପର ପିନ୍ଧନ୍ତୁ।

    ଫ୍ରାଇଡ ଫିସ୍‌
    ଭାରତର ଲୋକମାନଙ୍କୁ ଉଭୟ ଭେଜ୍‌ ଏବଂ ନନଭେଜ୍‌ ଖାଦ୍ୟ ବହୁତ ପସନ୍ଦ। ଆମିଶ ଖାଉଥିବା ଲୋକଙ୍କୁ ଅଧିକାଂଶ ଚିକେନ ସହିତ ମାଛ ଖାଇବାକୁ ଭଲ ପାଇଥାନ୍ତି। ମାଛ ପ୍ରେମୀଙ୍କ ପାଇଁ ଆଜି ଆମେ ବହୁତ ଖାସ୍‌ ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
    ଆବଶ୍ୟକ ସାମଗ୍ରୀ
    ସୁଜି – ୧/୨ କପ୍‌

    ଲାଲ ଲଙ୍କା ପାଉଡା – ୧/୨ ଟେବୁଲ ଚାମଚ

    ଲୁଣ – ସ୍ୱାଦାନୁସାରେ

    ଧନିଆ ପତ୍ର – ଅଳ୍ପ

    ପାଣି – ଆବଶ୍ୟକ ଅନୁଯାୟୀ

    ମାଛ – ୪ ପିସ୍‌

    ଅଦା – ୧/୨ ଇଞ୍ଚ୍‌ ଖଣ୍ଡ

    କୋକୋନଟ୍‌ କୁକିଂ ଅଏଲ – ୨ ଟେବୁଲ ଚାମଚ

    ତେନ୍ତୁଳି ପେଷ୍ଟ – ୧/୨ ଟେବୁଲ ଚାମଚ

    ରସୁଣ କୋଲା – ୪ ରୁ ୫

    ପ୍ରସ୍ତୁତି ପ୍ରଣାଳୀ
    -ମାଛକୁ ମେରିନେଟ୍‌ କରିବା ପରେ ଏକ ପାତ୍ରରେ ହଳଦି, ଲାଲ ଲଙ୍କା ପାଉଡର, ଅଦା, ରସୁଣ, ତେନ୍ତୁଳି ପେଷ୍ଟ ଏବଂ ଲୁଣ ନେଇ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

    -ପ୍ଲେଟରେ ମାଛ ପିସ ରଖି ମାଛକୁ ଭଲଭାବେ ସେହି ମିଶ୍ରଣରେ ବୁଡାଇ ଦିଅନ୍ତୁ।

    -ଏହାପରେ ଏପରି ଭାବେ ମାଛକୁ ୩୦ ମିନିଟ୍‌ ପଯ୍ୟର୍ନ୍ତ ରଖିଦିଅନ୍ତୁ।

    -କଡାରେ ତେଲକୁ ଧିମା ଆଞ୍ଚରେ ଗରମ କରନ୍ତୁ।

    -୩୦ ମିନିଟ୍‌ ପରେ ମାଛ ସବୁକୁ ନେଇ ସୁଜିରେ ମିଶାଇ ଦିଅନ୍ତୁ।

    -ଏହାକୁ ମିଶ୍ରଣରେ ବୁଡାଇବା ପରେ ତେଲରେ ଛାଣନ୍ତୁ।

    -ମାଛ ସୁନେଲୀ ରଙ୍ଗ ହୋଇଗଲା ପରେ ବାହାରକୁ ବାହାର କରିଦିଅନ୍ତୁ।

    -ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଫ୍ରାଇଡ ଫିସ୍‌।

    -ଏହାକୁ ଆପଣ ଚିଲ୍ଲୀ ସସ୍‌ ଏବଂ ପିଆଜ ସହିତ ଡିନରରେ ଖାଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.6 ° C
    35.6 °
    35.6 °
    19 %
    1.9kmh
    0 %
    Tue
    36 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ