Thursday, April 2, 2026
33.8 C
Odisha

    ମହିଳା ଟି୨୦ ବିଶ୍ୱକପ: ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

    ଆଗକୁ ପଢନ୍ତୁ

    ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପରେ ଭାରତ ପରାଜୟ ସହ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହରମନପ୍ରୀତ କୌରଙ୍କ ଦଳ ୫୮ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି। ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୦ ରନ କରିଥିଲା। ଭାରତ ୧୯ ଓଭରରେ ୧୦୨ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତର ସମସ୍ତ ବ୍ୟାଟର ଏହି ମ୍ୟାଚରେ ଫେଲ୍‌ ମାରିଥିଲେ। ଅଧିନାୟିକା ହରମନପ୍ରୀତ କୌର ସର୍ବାଧିକ ୧୫ ରନ କରିଥିଲେ। ନ୍ୟୁଜିଲାଣ୍ଡର ରୋସେମାରି ମାଏର ୪ଟି, ଲୀ ତାହୁହୁ ୩ଟି, ଇଡେନ କାର୍ସେନ ୨ଟି ଓ ଆମେଲିଆ କେର ଗୋଟିଏ ଉଇକେଟ ନେଇଥିଲେ।
    ଟସ୍‌ ଜିତି ବ୍ୟାଟିଂ ନେଇଥିବା ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୬୭ ରନ ଯୋଗକରି ବଡ଼ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲା। ଓପନର ସୁଜି ବେଟ୍ସ ୨୭ ଓ ଜର୍ଜିଆ ପ୍ଲିମେର ୩୪ ରନ କରିଥିଲେ। ଆମେଲିକା କେର ଯଦିଓ ୧୩ ରନକରି ଆଉଟ ହୋଇ ଯାଇଥିଲେହେଁ ଅଧିନାୟିକା ସୋଫି ଡିଭାଇନ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ଭଲ ସ୍କୋର କରି ପାରିଥିଲା। ଡିଭାଇନ୍‌ ୩୬ଟି ବଲ୍‌ର ସମ୍ମୁଖୀନ ହୋଇ ୭ ଚୌକା ସହାୟତାରେ ୫୭ ରନକରି ଅପରାଜିତ ରହିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ରେଣୁକା ସିଂ ୨ଟି ଏବଂ ଅରୁନ୍ଧତୀ ରେଡ୍ଡୀ ଓ ଆଶା ଶୋଭନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.8 ° C
    33.8 °
    33.8 °
    23 %
    3kmh
    97 %
    Thu
    33 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ