Monday, October 19, 2026
21.6 C
Odisha

    ମହିଳା ବିଚ୍ ଭଲିବଲ୍ ଦଳର ବିଜୟ ଅଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ଓଡ଼ିଶା ମହିଳା ବିଚ୍ ଭଲିବଲ୍ ଦଳ ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ନିଜ ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଉତ୍ତରାଖଣ୍ଡକୁ ୨-୦ରେ ପରାସ୍ତ କରିଛି। ଉତ୍ତରାଖଣ୍ଡର ଶିବପୁରୀରେ ଖେଳାଯାଉଥିବା ଏହି ଇଭେଣ୍ଟ୍ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

    ଓଡ଼ିଶା ଦଳ ସୋମବାର ଅତୁଳନୀୟ କଳାକୌଶଳ ଏବଂ ଦଳଗତ ଖେଳର ବଳିଷ୍ଠ ନମୁନା ଦେଖାଇ ସିଧାସଳଖ ସେଟ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା। ରାଜ୍ୟ ଦଳରେ ଥିବା କିଟ୍ ବିଶ୍ବବିଦ୍ୟାଳୟର ଦୁଇ ଜଣ ଖେଳାଳି ମଧ୍ୟ ଚମତ୍କାର ଖେଳ ଖେଳିଥିଲେ। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଜିତି ପଦକ ଜିତିବା ଉପରେ ଧ୍ୟାନ ଦେବ ବୋଲି ଦଳପକ୍ଷରୁ ପ୍ରକାଶିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

    ଏହି ଖେଳକୁ ନିୟମିତ ଦେଇ ଆସୁଥିବା ସମର୍ଥନ ଓ ସହଯୋଗ ପାଇଁ ମଧ୍ୟ ଓଡ଼ିଶା ଖେଳାଳିମାନେ ଓଡ଼ିଶା ବିଚ୍ ଭଲିବଲ୍ ସଂଘର ପ୍ରତିଷ୍ଠାତା ସଭାପତି, ତଥା କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ, ସଂପାଦକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ କୃତଜ୍ଞତା‌ ଜ୍ଞାପନ କରିଛନ୍ତି। ପ୍ରଫେସର ସାମନ୍ତ ମଧ୍ୟ ଓଡ଼ିଶା ଖେଳାଳିଙ୍କୁ ଆଗାମୀ ମ୍ୟାଚ୍‌ ଲାଗି ଶୁଭକାମନା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ