Friday, November 7, 2025
27 C
Odisha

    ମହିଳା ଲୁଟେରା ପ୍ରେମରେ ପଡ଼ିଲେ ଯୁବକ, ଟଙ୍କା ସୁନା ଲୁଟିନେଲା ପ୍ରେମିକା

    ଆଗକୁ ପଢନ୍ତୁ

    ମହିଳା ଲୁଟେରା ପ୍ରେମରେ ପଡ଼ି ଲୁଟର ଶିକାର ହେଲେ ଯୁବକ । ବାହାହେବେ ବୋଲି କେତେ କଣ ସ୍ବପ୍ନ ଦେଖିଥିଲେ । ପ୍ରେମିକାକୁ ଭରଷା କରି ଟଙ୍କା ସୁନା ଗହଣା ଦେଇଥିଲେ । କିନ୍ତୁ ବିଶ୍ବାସରେ ବିଷ ମିଶାଇଲା ପ୍ରେମିକା । ଯୁବକଙ୍କୁ ଫସାଇବା ପାଇଁ ପୂର୍ବରୁ ପ୍ଲାନ୍ କରିଥିଲା ପ୍ରେମିକା । ମିଠା ମିଠା କଥା କହି ପ୍ରଥମେ ଯୁବକଙ୍କ ବିଶ୍ବାସ ଜିତିଲା । ଆଉ ଯେତେବେଳେ ଟଙ୍କା ଓ ସୁନା ମିଳିଲା ସେତେବେଳେ ଫେରାର ହୋଇଗଲା । ଏଭଳି ଚାଞ୍ଚଲ୍ୟକଣ ଘଟଣା ଉତ୍ତର ପ୍ରଦେଶର ସୋନଭଦ୍ରରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମହିଳା ନିଜ ସ୍ୱାମୀ ଓ ମା ସହ ମିଶି ରାଜସ୍ଥାନର ଜଣେ ଯୁବକଙ୍କୁ ଫସାଇଥିଲେ । ଯୁବକଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଏବଂ ସୁନାଗହଣା ଠକି ନେଇ ଫେରାର ହୋଇଥିଲେ ୩ ଲୁଟେରା । ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।

    ରିପୋର୍ଟ ଅନୁଯାୟୀ ରାଜସ୍ଥାନର ଜାଲୋର ଜିଲ୍ଲାର ବାସିନ୍ଦା ରମେଶ କୁମାର ଠକାମୀର ଶିକାର ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ରମେଶ କୁମାର କିଛି ଦିନ ପୂର୍ବରୁ ରାଣୀ କୁମାରୀ ନାମକ ଜଣେ ମହିଳାଙ୍କୁ ଭେଟିଥିଲେ । ରାଣୀ କୁମାରୀ ପ୍ରେମରେ ପଡ଼ିଯାଇଥିଲେ ରମେଶ । ରମେଶଙ୍କୁ ବିବାହ କରିବା ନେଇ ପ୍ରସ୍ତାବ ଦେଇଥିଲେ ରାଣୀ । ଆଉ ସୁନ୍ଦରୀ ରାଣୀଙ୍କୁ ବିବାହ କରିବେ ଭାବି ରମେଶ ବହୁତ ଖୁସି ହୋଇ ଯାଇଥିଲେ। ରମେଶ ରାଣୀଙ୍କୁ ଏତେ ମାତ୍ରାରେ ବିଶ୍ବାସ କରିବାକୁ ଲାଗିଥିଲେ ଯେ ବିବାହ ପାଇଁ ନଗଦ ଟଙ୍କା ଏବଂ ସୁନାଗହଣା ଦେଇଥିଲେ ନିଜ ପ୍ରେମିକାକୁ ।

    କିନ୍ତୁ ହଠାତ୍ ମୋଡ଼ ନେଲା କାହାଣୀ । ବିବାହ ପୂର୍ବରୁ ହିଁ ରାଣୀ କୁମାରୀ ନିଜ ୨୬ ବର୍ଷୀୟ ସ୍ୱାମୀ ରବି ରଞ୍ଜନ ମୌର୍ଯ୍ୟ ଏବଂ ନିଜ ୫୦ ବର୍ଷୀୟ ମା’ ମାୟା ଦେବୀଙ୍କ ସହିତ ଫେରାର ହୋଇ ଯାଇଥିଲା । ରମେଶ କୁମାର ମହିଳା ଓ ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ପରେ ପୋଲିସରେ ଅଭିଯୋଗ କରିଥିଲେ ରମେଶ ।

    ମାମଲାକୁ ଗୁରୁତ୍ବର ସହ ନେଇ ପୋଲିସ ଅଧିକ୍ଷକ ଅଭିଷେକ ବର୍ମା ଏକ ଟିମ୍ ଗଠନ କରିଥିଲେ । ତଦନ୍ତ ପରେ ପୋଲିସ ସୋନଭଦ୍ରର ରବର୍ଟସଗଞ୍ଜ ଅଞ୍ଚଳରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପଚରାଉଚରା ସମୟରେ ଅପରାଧ ସ୍ୱୀକାର କରିଥିଲେ ତିନି ଅଭିଯୁକ୍ତ । ସେମାନଙ୍କ ଠାରୁ ପ୍ରାୟ ୯,୫୦୦ ନଗଦ ଟଙ୍କା ଗୋଟିଏ ମଙ୍ଗଳସୂତ୍ର, ପାଉଁଜି ଏବଂ ଅନ୍ୟାନ୍ୟ ଅଳଙ୍କାର ଜବତ କରାଯାଇଥିଲା ।

    ରାଣୀ କୁମାରୀ ନିଜ ସ୍ୱାମୀ ସହ ମିଶି ଏମିତି ଭାବେ ଲୋକଙ୍କୁ ଠକୁ ଥିଲା । ପୋଲିସ ଏହି ଗ୍ୟାଙ୍ଗ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହୋଇଛି । ଏହି ଗ୍ୟାଙ୍ଗ ଏମିତି କେତେ ଲୋକଙ୍କୁ ଠକିଛନ୍ତି ତାର ହିସାବ ନାହିଁ । ତେଣୁ ପୋଲିସ ମାମଲାର ତଦନ୍ତ କରୁଛି, ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    27 ° C
    27 °
    27 °
    55 %
    2.4kmh
    17 %
    Fri
    26 °
    Sat
    27 °
    Sun
    26 °
    Mon
    26 °
    Tue
    26 °

    ସମ୍ବନ୍ଧିତ