Saturday, June 13, 2026
27.5 C
Odisha

    ମହିଳା ସରପଞ୍ଚଙ୍କୁ ଆକ୍ରମଣ ନେଇ ଗର୍ଜିଲା ବିଜେଡି, ନିରପେକ୍ଷ ତଦନ୍ତ ଦାବି କଲା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହିଳା ସରପଞ୍ଚଙ୍କୁ ଆକ୍ରମଣ ନେଇ ଗର୍ଜିଲା ବିଜେଡି ।  ସାମ୍ବାଦିକ ସମ୍ମିଳନୀ କରି କହିଲା ଏପେଟ ମହିଳାଙ୍କୁ ନିର୍ଯାତନା ସେପଟେ ସରକାର ପାଳୁଛନ୍ତି ଉତ୍ସବ ।  ରାଜ୍ୟ ସରକାର ଯେତେବେଳେ ୨ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରୁଛନ୍ତି ସେହି ସମୟରେ ଜଣେ ମହିଳା ଜନପ୍ରତିନିଧି ଯନ୍ତ୍ରଣାରେ ଛଟପଟ ହେବା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି ବିଜେଡି ସାଂସଦ ସୁଲତା ଦେଓ ଏବଂ ମୀନତୀ ବେହେରା  ।  ବିଜେପିର ‘ନାରୀଶକ୍ତି ବନ୍ଦନ’ ସ୍ଲୋଗାନ ଏବେ ମହିଳା ଦମନରେ ପରିଣତ ହୋଇଛି ।

    ବିଜେପି ସରକାରରେ ମହିଳାମାନେ ପ୍ରତିଦିନ ଲୁହ ନୁହେଁ, ବରଂ ଲହୁ ଝରାଉଛନ୍ତି । ପୀଡ଼ିତା ସରପଞ୍ଚ ଚାମେଲୀ ଓଝା ନିଜେ ବିଜେପିର ଜଣେ ସକ୍ରିୟ ସଦସ୍ୟା ହୋଇଥିବା ବେଳେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଥାନୀୟ ବିଧାୟକ ଓ ବିଡିଓ ଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ନ୍ୟାୟ ମାଗିଛନ୍ତି ।  ଆକ୍ରମଣ ସମୟରେ ଚାମେଲୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନିଆଯାଇଛି । ମୋବାଇଲରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ପ୍ରମାଣଗୁଡ଼ିକୁ ନଷ୍ଟ କରିବାକୁ ପୋଲିସ ଚେଷ୍ଟା କରୁଛି ବୋଲି ବିଜେଡି ଅଭିଯୋଗ କରିଛି ।  ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କୁ ପଞ୍ଚାୟତରେ ୫୦% ସଂରକ୍ଷଣ ଦେଇ ନେତୃତ୍ୱର ସୁଯୋଗ ଦେଇଥିଲେ ।  କିନ୍ତୁ ଆଜି ସେହି ବ୍ୟବସ୍ଥାର ଜଣେ ପ୍ରତିନିଧିଙ୍କୁ ଅପମାନିତ ସମଗ୍ର ନାରୀଜାତି ପାଇଁ ଆହ୍ୱାନ ।  ଘଟଣାର ତୁରନ୍ତ ଏକ ଉଚ୍ଚସ୍ତରୀୟ ତଥା ନିରପେକ୍ଷ ତଦନ୍ତ ଦାବି କରିଛି ବିଜେଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.5 ° C
    27.5 °
    27.5 °
    65 %
    0.6kmh
    93 %
    Fri
    28 °
    Sat
    40 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ