ପୁରୀ କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ମାଆଙ୍କୁ ହତ୍ୟା କରି ଘର ଭିତରେ ମୃତଦେହ ଲୁଚାଇ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ରୋଷେଇ ଘରର ସ୍ଲାବ ତଳେ ମୃତଦେହ ପୋତି ତା’ ଉପରେ ପ୍ଲାଷ୍ଟର କରାଯାଇଥିବା ଘର ମାଲିକ ସନ୍ଦେହ କରିବା ପରେ ସତ୍ୟାସତ୍ୟ ସାମ୍ନାକୁ କରିଛି । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁସାରେ, ପ୍ରାୟ ଦୁଇ ମାସ ତଳେ ଜଣେ ମାଆ ଓ ତାଙ୍କ ପୁଅ ଘର ଭଡ଼ା ନେଇ ରହୁଥିଲେ । ତେବେ ଗତକାଲିଠାରୁ ପୁଅ ଫେରାର ଥିବାବେଳେ ମାଆଙ୍କର କୌଣସି ପତ୍ତା ମିଳିନଥିଲା । ଏହାରି ଭିତରେ ରୋଷେଇ ଘରୁ ପ୍ରବଳ ଦୁର୍ଗନ୍ଧ ଆସିବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା ।
ରୋଷେଇ ଘରର ସ୍ଲାବ ତଳେ କିଛି ଲୁଚାଇ ତା’ ଉପରେ ପ୍ଲାଷ୍ଟର କରାଯାଇଥିବା ନେଇ ସନ୍ଦେହ କରି ଘର ମାଲିକ ପୁଲିସକୁ ଖବର ଦେଇଥିଲେ ଘଟଣାସ୍ଥଳରେ ପାଣି ଓ ବର୍ଜ୍ୟ ପଦାର୍ଥ ବାହାରୁଥିବା ସହ ଦୁର୍ଗନ୍ଧ ଆସୁଥିବା ଜଣାପଡ଼ିଛି । ତେବେ ସେଠାରେ ମୃତଦେହ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଘଟଣାକୁ ନେଇ କୁମ୍ଭାରପଡ଼ା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ମାଆଙ୍କୁ ହତ୍ୟା କରାଯାଇଛି କି, ମୃତଦେହକୁ ଘର ଭିତରେ ଲୁଚାଇ ରଖାଯାଇଛି କି ଏବଂ ଏହା ପଛରେ କାହାର ହାତ ରହିଛି—ସେ ସବୁ ଦିଗରୁ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ରୋଷେଇ ଘରର ସ୍ଲାବ ତଳେ ପ୍ରକୃତରେ କ’ଣ ରହିଛି? ମାଆ କେଉଁଠି ଗଲେ ଏବଂ ପୁଅ କାହିଁକି ଫେରାର—ଏବେ ତଦନ୍ତରେ ଏହାର ଉତ୍ତର ଖୋଜୁଛି ପୁଲିସ ।
