Saturday, March 14, 2026
24.5 C
Odisha

    ମାଛ ମଡ଼କ, ପାଣିରେ ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ

    ଆଗକୁ ପଢନ୍ତୁ

    ବାଲେଶ୍ବର : ପୋଖରୀରେ ମାଛ ମଡ଼କ । ପାଣିରେ ଭାସୁଛନ୍ତି କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ । କେହି ଦୁର୍ବୃତ୍ତ ବିଷ ପକାଇଦେଇଥିବା ଅଭିଯୋଗ ହୋଇଛି। ବାଲେଶ୍ବର ସିଂଲା ଥାନା ଶଙ୍ଖୁଆ ଗାଁରେ ଥିବା ଶଙ୍ଖେଶ୍ବର ପୋଖରୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ ।

    ଏହି ପୋଖରୀ ଉପରେ ଗାଁର ଶହେରୁ ଉର୍ଦ୍ଧ୍ବ ପରିବାର ନିର୍ଭର କରନ୍ତି । ମାଛ ମରି ଦୁର୍ଗନ୍ଧ ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ପୋଖରୀରେ ପାଣି ଅଧିକ ଥିବାରୁ ମାଛ ମାରିବା ପାଇଁ ବିଷ ପ୍ରୟୋଗ କରାଯାଇଥିବା ଗାଁଲୋକ ଅଭିଯୋଗ କରିଛନ୍ତି । ଏନେଇ ସିଂଲା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ