Saturday, February 21, 2026
34.5 C
Odisha

    ମାନବିକତା ଭୁଲିଗଲା ପାକିସ୍ତାନ: ନିଜ ଲୋକଙ୍କୁ ବି ନେବାକୁ ନାରାଜ, ବନ୍ଦ କରିଦେଲା ୱାଘା ସୀମା…

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଏତେ ତିକ୍ତତା ଆସିଛି ଯେ, ପାକିସ୍ତାନ ନାଗରିକଙ୍କୁ ଭାରତ ଛାଡିବାକୁ ଡେଡଲାଇନ ଦେଇଥିଲେ ଭାରତ ସରକାର । ଆଜିଠାରୁ ଅଟାରୀ ସୀମା ବନ୍ଦ କରିବାକୁ ସରକାର ଘୋଷଣା କରିଥିଲେ ବି ମାନବିକତା ଆଧାରରେ ଆଗାମୀ ନିର୍ଦ୍ଦେଶ ଯାଏଁ ନାଗରିକଙ୍କ ଯାତାୟାତ ପାଇଁ ଅଟାରୀ ସୀମା ଖୋଲା ରହିଛି । ଅର୍ଥାତ ଯେଉଁ ପାକିସ୍ତାନୀ ଏବେ ବି ବେଆଇନ ଭାବେ ଭାରତରେ ଅଛନ୍ତି ସେମାନେ ଅଟାରୀ ସୀମା ଦେଇ ପାକିସ୍ତାନ ଯାଇପାରିବେ । ମାତ୍ର ଏସବୁ ଭିତରେ ମାନବିକତା ଭୁଲିଗଲା ପାକିସ୍ତାନ । ଭାରତରୁ ଫେରୁଥିବା ପାକିସ୍ତାନୀଙ୍କ ପାଇଁ ନିଜ ଦେଶ ତରଫରୁ ୱାଘା ସୀମା ବନ୍ଦ କରି ଦିଆଯାଇଛି । ଆଜି ସକାଳ ଠାରୁ ଭାରତରେ ରହୁଥିବା ଜଣେ ବି ପାକିସ୍ତାନୀ ୱାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିପାରିନାହାଁନ୍ତି । ପାକିସ୍ତାନ ତରଫରୁ ଖୋଲାଯାଇଥିବା କାଉଣ୍ଟର ସକାଳ ୮ଟାରୁ ବନ୍ଦ ରହିଛି ।

    ସେପଟେ ଭାରତ ସ୍ପଷ୍ଟ କରିଛି ଯେ, ଯେଉଁ ପାକିସ୍ତାନୀ ନାଗରିକମାନେ ଭାରତରେ ରହୁଛନ୍ତି ସେମାନେ ଆଗାମୀ ଆଦେଶ ପୂର୍ବରୁ ଭାରତ ଛାଡିବାକୁ ବାଧ୍ୟ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏପର୍ଯ୍ଯନ୍ତ ୯୨୯ ଜଣ ପାକିସ୍ତାନୀ ନାଗରିକ ଭାରତରୁ ପାକିସ୍ତାନ ଯାଇସାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    15 %
    2.3kmh
    0 %
    Sat
    35 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ