Monday, August 25, 2025
23.4 C
Odisha

    ମାମୁଁ ଭାଣିଜିକୁ ଦୁଷ୍କର୍ମ ପରେ ହତ୍ୟା ମାମଲା, ମାମୁଁକୁ ଆଜୀବନ କାରାଦଣ୍ଡ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର   :  ମାମୁଁ ଭାଣିଜି ସଂପର୍କରେ ଲାଗିଛି କଳଙ୍କ  ।  ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଂଚଳରେ ।  ଚଳିତ ବର୍ଷ ଏପ୍ରିଲ୍ ୨୫ ତାରିଖରେ ଗାଁରେ ରାତିରେ ଯାତ୍ରା ଚାଲିଥିବା ବେଳେ ସଂପର୍କୀୟ ମାମୁଁ ୫ ବର୍ଷର ଭାଣିଜିକୁ ଯାତ୍ରା ବୁଲାଇବାର ଲୋଭ ଦେଖାଇ ନିଛାଟିଆ ସ୍ଥାନକୁ ନେଇ ତାକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା  ।   ଝିଅ ନିଖୋଜ ହୋଇଥିବା ଜାଣି ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ସେପଟେ ଗାଁ ଲୋକ ସଂପର୍କୀୟ ମାମୁଁ ତଥା କାଳିଆ ନାହାକକୁ ଝିଅ ସହ ଦେଖିଥିବାରୁ ତାକୁ ପଚାରିବା ପରେ ସବୁ ସତ ଓଗାଳିଥିଲା ସେହି  ସଂପର୍କୀୟ  ମାମୁଁ  ।  ଅଭିଯୁକ୍ତ ଗିରଫ ପରେ ବ୍ରହ୍ମପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟରେ ଚାଲିଥିଲା ବିଚାର ।  ଆଜି ମାନ୍ୟବର ଜଜ୍ ନିଜ ରାୟରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଖୁବ୍ କମ୍ ଦିନରେ ପାଟପୁର ଥାନାର ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାରୁ ମୃତକ ଶିଶୁର ବାପା ଓ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିଥିବା କହିଛନ୍ତି ।

    ଏବେ ଲଗାତାର ଭାବେ ଶିଶୁ ନିର୍ଯାତନା, ନାରୀ ନିର୍ଯାତନା ବଢ଼ି ଚାଲିଛି । ଜୁନ୍ ୧୫ ତାରିଖରେ ଗୋପାଳପୁର ଗଣଦୁଷ୍କର୍ମ ମାମଲା ଚାଂଚଲ୍ୟ ସୃଷ୍ଟି କରିଥିଲା । ତା ପୂର୍ବରୁ ଗୋଳନ୍ଥରା ଥାନା ଅଂଚଳରେ ଦୁଇ ଭଉଣୀଙ୍କୁ ଗଣଦୁଷ୍କର୍ମ ପରି ଘଟଣା ଘଟିଥିଲା । ସେହିପରି ଗୋପାଳପୁର ଥାନା ଅଧିନ କରାପଲ୍ଲୀରେ ଜଣେ ନାବାଳିକାକୁ ଏକତରଫା ପ୍ରେମ କରି ଯୁବକ ଜଣକ ମେ ୩ ତାରିଖରେ ଘରେ ପଶି ହତ୍ୟା କରିବାକୁ ପଛଘୁଂଚା ଦେଇନଥିଲା  ।

    ସେପଟେ ଜଣେ ବିବାହିତା ମହିଳାକୁ ପ୍ରେମ କରି ଯୁବକ ଜଣକ ଘରେ ପଶି ମହିଳାଙ୍କୁ ଅଗଷ୍ଟ ୧୦ ତାରିଖ ରାତିରେ ହତ୍ୟା କରିବା ପରି ଘଟଣା ମଧ୍ୟ ଘଟିଯାଇଛି ବ୍ରହ୍ମପୁର ସହର ଉପକଣ୍ଠରେ । ବ୍ରହ୍ମପୁର ପୋଲିସ ଜିଲ୍ଲା ହେଉ କି ଅବା ଗଞ୍ଜାମ ପୋଲିସ ଜିଲ୍ଲା ହେଉ ଅପରାଧୀଙ୍କ ଅପରାଧର ତାଲିକା ଲମ୍ବା ହୋଇ ହୋଇ ଯାଉଛି । ସେପଟେ ସବୁ ମାମଲାରେ ଅପରାଧୀମାନେ ଧରା ପଡ଼ୁଛନ୍ତି  ।

    ଏପରିକି କୁଖ୍ୟାତ ଅପରାଧୀଙ୍କୁ ଗୁଳି ଫୁଟାଇ ଜଖମ କରିବାକୁ ମଧ୍ୟ ପୋଲିସ ପଛଘୁଂଚା ଦେଉନାହିଁ । ତଥାପି କାହିଁକି ଅପରାଧୀଙ୍କ ଅପରାଧ ବେଲଗାମ୍ ହୋଇଯାଉଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଖୁବ୍ କମ୍ ଦିନରେ ପାଟପୁର ଥାନାର ଏହି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତକୁ ମାନ୍ୟବର କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାରୁ ମୃତକ ଶିଶୁର ବାପା ଓ ଗ୍ରାମବାସୀ ସନ୍ତୋଷ ପ୍ରକାଶ କରିଥିବା କହିଥିଲେ ବି ଫାଶୀ ଦଣ୍ଡ ଦିଆଯାଇଥିଲେ ମୃତକର ଆତ୍ମା ଶାନ୍ତି ପାଇଥାନ୍ତା ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    94 %
    1.1kmh
    91 %
    Mon
    23 °
    Tue
    28 °
    Wed
    30 °
    Thu
    29 °
    Fri
    30 °

    ସମ୍ବନ୍ଧିତ