ମାଲକାନଗିରି : ମାଲକାନଗିରି ଜିଲ୍ଲା କୋର୍ଟ ପରିସରରେ ଆଜି ବୋମା ଆତଙ୍କ ଦେଖିବାକୁ ମିଳିଛି । ଏକ ଅଜ୍ଞାତ ଇ-ମେଲ୍ ଜରିଆରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମେଲ ଆସିବା ପରେ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀମାନେ ଭୟବିତ ହୋଇ କୋର୍ଟ କମ୍ପ୍ଲେକ୍ସ ରୁ ବାହାରି ଆସିଥିଲେ। ପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ବିଏସଏଫ ବାହିନୀର ସନ୍ଧାନି କୁକୁର ଓ ବୋମା ନିଷ୍କ୍ରିୟ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
