Friday, July 3, 2026
25.1 C
Odisha

    ମାଲକାନଗିରି MV-26 ଗାଁକୁ ଫେରୁଛନ୍ତି ଲୋକ, ପ୍ରଶାସନ ପକ୍ଷରୁ ଲୋକଙ୍କୁ ଦିଆଯାଉଛି ରନ୍ଧାଖାଦ୍ୟ ଓ ରିଲିଫ୍

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା MV-26 ଗାଁରେ ଘରକୁ ଫେରୁଛନ୍ତି ଲୋକ । କିନ୍ତୁ ଜଳିପୋଡି ଛାରଖାର ହୋଇଛି ଘର । ଖାଦ୍ୟଶସ୍ୟ ବି ଜଳି ଯାଇଛି। ରହିବା ପାଇଁ ଛାତ ନାହିଁ । ଗତ ଦୁଇଦିନ ହେବ ଗାଁ ଜନଶୂନ୍ୟ ହୋଇ ଯାଇଥିଲା । ସୁରକ୍ଷା ବ୍ୟବସ୍ଥା ବଢିବା ପରେ ଲୋକେ ସାହାସ ଜୁଟାଇଛନ୍ତି ଘରକୁ ଫେରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ରନ୍ଧାଖାଦ୍ୟ ଓ ରିଲିଫ୍ ଦିଆଯାଉଛି ।

    ଗାଁରେ ସିସିଟିଭି ଲଗାଯାଇଛି । ସୁରକ୍ଷା ପାଇଁ ଗାଁରେ ପହଂଚିଛନ୍ତି ଆଉ ୨୦ କମ୍ପାନୀ ସିଆରପିଏଫ୍ ଯବାନ । ଗତ ସୋମବାର ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିବା ପରଠାରୁ ଦୁଇ ଗାଁ ରାଖାଲଗୁଡ଼ା ଓ MV 26 ମଧ୍ୟରେ ଉତ୍ତେଜନା ଲାଗି ରହିଛି । MV ୨୬ଗାଁକୁ ଜାଳିଦେଇଥିଲେ ରାଖାଲଗୁଡା ଗ୍ରାମବାସୀ । ଗତକାଲି ପୋଟରୁ ନଦୀକୂଳରୁ ମହିଳାଙ୍କ କଟାମୁଣ୍ଡ ଉଦ୍ଧାର ହୋଇଥିଲା । କଟାମୁଣ୍ଡକୁ ପ୍ରଥମେ ମାଲକାନଗିରି ମେଡିକାଲକୁ ଆଣିବା ପରେ ରାଖାଲଗୁଡ଼ା ନିଆଯାଇଥିଲା । ଜମିଜମା ବିବାଦକୁ ନେଇ ଏଭଳି ଜଘନ୍ୟ କାଣ୍ଡର ସୂତ୍ରପାତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.1 ° C
    25.1 °
    25.1 °
    92 %
    2.7kmh
    100 %
    Thu
    25 °
    Fri
    29 °
    Sat
    28 °
    Sun
    25 °
    Mon
    26 °

    ସମ୍ବନ୍ଧିତ