Friday, April 3, 2026
39.1 C
Odisha

    ମା ଙ୍କ ସହ ଝଗଡ଼ା ଲାଗି ଜୀବନ ହାରିଲେ ଝିଅ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇରେ ପୁଣି ଚାଞ୍ଚଲ୍ୟ । ଜଣେ ଛାତ୍ରୀଙ୍କ ଜୀବନ ହାରିବାକୁ ନେଇ ଆସିଛି ଅଭିଯୋଗ । ପଟ୍ଟାମୁଣ୍ଡାଇ ପୌର ପରିଷଦ ମାଟିଆ ଗାଁରୁ ଆସିଛି ଅଭିଯୋଗ । ୧୩ ବର୍ଷୀୟ ନାବାଳିକା ଆଜି ଜୀବନ ହାରିବାକୁ ନେଇ ଅଭିଯୋଗ ହୋଇଛି । ଖବର ଅନୁସାରେ ଛାତ୍ରୀ ଜଣକ ସ୍କୁଲ ନ ଯିବାରୁ ମା ଓ ଝିଅଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଏଭଳି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

    ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲକୁ ଅଣା ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି । ମୃତ ଛାତ୍ରୀ ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମେଡିକାଲରେ ପହଁଞ୍ଚି ମୃତକଙ୍କ ପରିବାରକୁ ଭେଟିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ