Thursday, March 26, 2026
30.8 C
Odisha

    ମା ପାଇଁ କୋକେଇ ସଜେଇ ଚାଲିଗଲା ପୁଅ, ଅନାଥ ହୋଇଗଲା ଝିଅ

    ଆଗକୁ ପଢନ୍ତୁ

    ଜୟପୁର : ଆଉ କେଇଟା ସମୟ ପରେ ହୋଇଥାନ୍ତା ମା’ଙ୍କ ସବ ସତ୍କାର । ହେଲେ ବିଧାତାର ନିଷ୍ପତି ଥିଲା କିଛି ଅଲଗା । ବଦଳିଗଲା ପରିବେଶ ଆଉ ମା ପଛେ ପଛେ ଚାଲିଗଲା ପୁଅ । ପୁଣି ବନ୍ଧା ହେଲା ଆଉ ଗୋଟିଏ କୋକେଇ । ଆଉ ଏକା ବେଳେକେ ଉଠିଲା ଦୁଇଟି କୋକେଇ । ଏ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ଜୟପୁର ଟାଉନ ସୁନାରି ସାହିର ୮୦ବର୍ଷୀୟା ମା ଙ୍କ ଦେହାନ୍ତ ହୋଇଥିଲା । ମା’ ଚାଲିଯିବା ପରେ ଚିନ୍ତାଗ୍ରସ୍ତ ଅବସ୍ଥାରେ ପୁଅ ଥିଲେ । କିନ୍ତୁ ହଠାତ୍ ପୁଅ ବି ଚାଲିଗଲା । ମା’ ଭାଇ ଚାଲିଗଲେ.ଏବେ ଏକା ହୋଇଗଲା ଘରର ଏକମାତ୍ର ଝିଅ । ସୁନାରି ସାହିର ଏସ ସାହିବାଣୀଙ୍କ ଗତ କିଛିଦିନ ଧରି ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଥିଲା । ଆଜି ତାଙ୍କର ପରଲୋକ ହୋଇଥିଲା। ମା ଙ୍କ ମୃତ୍ୟ ଖବର ଶୁଣି ୪୫ ବର୍ଷୀୟ ପୁଅ ଏସ ରବି ସହିପାରି ନଥିଲେ । ଚିନ୍ତାଗ୍ରସ୍ତ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୁଅ ରବି ସାହି ବାସିନ୍ଦାଙ୍କୁ ମା ଙ୍କ ମୃତ୍ୟ ଖବର ଦେବାପରେ ଶବଦାହ କରିବା ପାଇଁ ସମସ୍ତଙ୍କୁ ଡ଼ାକିଥିଲେ କୋକେଇ ସଜଡ଼ା ମଧ୍ୟ ହୋଇଥିଲା । ହେଲେ ପୁଅ ଚାଲିଗଲା । ବର୍ତ୍ତମାନ ଏହି ଦୁଇ ଦୁଇଟି ଘଟଣାକୁ ନେଇ ଜୟପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

    ଏହି ମା ପୁଅ ଚାଲିଯିବା ପରେ ବର୍ତ୍ତମାନ ଝିଅର ଦୁଃଖ ବୁଝିବ କିଏ ।କେମିତି ରହିବ ତାକୁ ନେଇ ସ୍ଥାନୀୟ ବାସିନ୍ଦା ମାନେ ସରକାରୀ ସହାୟତା କିଛି ଯୋଗାଇବାକୁ ଦାବି କରିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି କି ସ୍ଥାନୀୟ ପ୍ରଶାସନ କିଛି ସହାୟତାର ହାତ ବଢାଏ ତେବେ ନିହାତି ଭାବରେ ଏକାକୀ ଝିଅଟି ନିଜର ଗୁଜୁରାଣ କରିପାରିବ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ଜୟପୁର ପୌର ଅଧକ୍ଷ କହିଛନ୍ତି କି ବର୍ତ୍ତମାନ ଉଭୟ ମା’ ପୁଅଙ୍କ ଶବ ସତ୍କାର ପାଇଁ ଯାହା ଆବଶ୍ୟକତା ଅଛି ତାକୁ ଯୋଗାଇ ଦିଆଯିବ ତା ସହିତ ପ୍ରଶାସନିକ ସ୍ତରରେ ଯାହା ବି ହୋଇପାରିବ ତାକୁ କରାଯିବ ବୋଲି କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    20 %
    2.9kmh
    0 %
    Thu
    32 °
    Fri
    39 °
    Sat
    39 °
    Sun
    41 °
    Mon
    41 °

    ସମ୍ବନ୍ଧିତ