Sunday, March 22, 2026
23.7 C
Odisha

    ମା ମାନଙ୍କ ପାଇଁ ଖୁସି ଖବର: ସରକାରୀ,ବେସରକାରୀ ଓ ସର୍ବସାଧାରଣ ସ୍ଥାନରେ ତିଆରି ହେବ ସ୍ତନ୍ୟପାନ ଗୃହ

    ଆଗକୁ ପଢନ୍ତୁ

    ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ମହିଳାଙ୍କୁ ସମ୍ମାନ ପାଇଁ ରାଜ୍ୟ ସରକାର ଶୁକ୍ରବାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ଏ ନେଇ ସବୁ ଜିଲାପାଳ ଏବଂ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସବୁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଓ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ଲାଗି ଏକ ଆରାମଦାୟକ, ଏକାନ୍ତ ଏବଂ ସ୍ବଚ୍ଛ ସ୍ଥାନ ପ୍ରତିଷ୍ଠା କରାଯିବା ଲାଗି ଚିଠିରେ ଅନୁରୋଧ କରାଯାଇଛି । ଏହା ଦ୍ୱାରା ମା’ମାନଙ୍କୁ ସମର୍ଥନ ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଧାନ୍ୟ ମିଳିବ। ଏହାପୂର୍ବରୁ ଅଗଷ୍ଟ ୧୫ରେ ଋତୁସ୍ରାବ ପାଇଁ ରାଜ୍ୟର ସମସ୍ତ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ ବୋଲି ସରକାର ଘୋଷଣା କରିଥିଲେ। କଟକରେ ୭୮ତମ ସ୍ବାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରି ଏହି ଘୋଷଣା କରିଥିଲେ । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀ ଦିନଟିଏ ମାସିକ ଋତୁସ୍ରାବ ଜନିତ ଛୁଟି ପାଇବେ । ଋତୁସ୍ରାବ ଦିନ କିମ୍ବା ତା ପର ଦିନ ଯେଉଁ ଦିନକୁ ସେମାନେ ଛୁଟି ନେବାକୁ ବାଛିବେ, ସେ ଦିନ ତାଙ୍କୁ ଛୁଟି ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ