Monday, April 6, 2026
33.6 C
Odisha

    ମା’ ସରସ୍ବତୀଙ୍କ ମୂର୍ତ୍ତିକୁ କେଉଁ ଦିଗରେ ରଖିଲେ ହେବ ଉନ୍ନତି ? ଜାଣନ୍ତୁ କ’ଣ କହୁଛି ବାସ୍ତୁ ନିୟମ

    ଆଗକୁ ପଢନ୍ତୁ

    ଘରେ ବାସ୍ତୁ ଦୋଷ ରହିଲେ ଅନେକ କ୍ଷୟକ୍ଷତି ଘଟିଥାଏ । ଏହା ଛଡ଼ା କ୍ୟାରିଅରରେ ମଧ୍ୟ ଉନ୍ନତି ହୋଇନଥାଏ । ଘରେ ମା’ ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନ କରିବା ଜ୍ଞାନ ଏବଂ କଳାର ବିକାଶର ପ୍ରତୀକ ବୋଲି ବିବେଚନା କରାଯାଏ । ଶିକ୍ଷା ଏବଂ କ୍ୟାରିଅରରେ ଉନ୍ନତି ପାଇଁ ମା’ ସରସ୍ବତୀଙ୍କୁ ଅନେକ ଲୋକ ପୂଜା କରନ୍ତି । ଯଦି ମୂର୍ତ୍ତିକୁ ସଠିକ ଦିଗରେ ସ୍ଥାପନ ନ କରାଯାଏ ତେବେ ଘରେ ସକରାତ୍ମକ ପରିବର୍ତ୍ତେ ନକରାତ୍ମକ ପ୍ରଭାବ ପଡିଥାଏ । ଯାହା ସିଧାସଳଖ ବ୍ୟକ୍ତିଗତ ଜୀବନରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥାଏ ।

    ବାସ୍ତୁଶାସ୍ତ୍ର ଅନୁସାରେ, ଦେବୀ ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନା ପାଇଁ ପୂର୍ବ ଦିଗକୁ ଶୁଭ ବୋଲି ମାନାଯାଏ । ଏହି ଦିଗରେ ସୂର୍ଯ୍ୟୋଦୟ ହେଉଥିବାରୁ ଏହି ଦିଗକୁ ଶୁଭ ବୋଲି ବିବେଚନା କରାଯାଏ । କାହିଁକିନା ସୂର୍ଯ୍ୟ ଶକ୍ତି ଓ ଜ୍ଞାନର ପ୍ରତୀକ । ତେଣୁ ଏହି ଦିଗରେ ମା’ ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନା କରିବା ଦ୍ବାରା ଘର ଉପରେ ସକରାତ୍ମକ ପ୍ରଭାବ ପଡିଥାଏ । ଯାହା ଦ୍ବାରା ପଢିବା ସମୟରେ ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ କରାଯାଏ ।

    ଉତ୍ତର ଦିଗ ବ୍ୟତୀତ ଉତ୍ତର-ପୂର୍ବ କୋଣକୁ ମୂର୍ତ୍ତି ସ୍ଥାପନା ପାଇଁ ଉପଯୁକ୍ତ ବୋଲି ମଧ୍ୟ ବିବେଚନା କରାଯାଏ । ଏହି ଦିଗରେ ଦେବୀ ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ଜ୍ଞାନ, ସମୃଦ୍ଧି ଏବଂ ନୂତନ ସୁଯୋଗର ପଥ ଖୋଲିପାରେ ବୋଲି ମଧ୍ୟ ଧର୍ମ ଶାସ୍ତ୍ର ଅନୁସାରେ ବିଶ୍ବାସ କରାଯାଏ । ଘରେ ଆଧ୍ୟାତ୍ମିକ ଶକ୍ତି ପାଇଁ ମଧ୍ୟ ଏହି ଦିଗକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଉତ୍ତର ଦିଗରେ ଦେବୀ ସରସ୍ବତୀଙ୍କ ମୂର୍ତ୍ତି ସ୍ଥାପନା କରିବା ଦ୍ବାରା ସୁଖ, ଶାନ୍ତି, ସମୃଦ୍ଧି ଏବଂ ସକାରାତ୍ମକତା ଆସିଥାଏ । କ୍ୟାରିଅରରେ ମଧ୍ୟ ଉନ୍ନତି ଆଣିଥାଏ । ମୂର୍ତ୍ତି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ ।  ପଦ୍ମ ଫୁଲ ଉପରେ ବସିଥିବା ମା’ ମୂର୍ତ୍ତିକୁ ଖୁବ୍ ଶୁଭ ବୋଲି ମାନାଯାଏ । ସେହିପରି ଦେବୀ ସରସ୍ୱତୀଙ୍କ ଗୋଟିଏ ହାତରେ ଥିବା ବୀଣା ସଙ୍ଗୀତ, କଳା ଏବଂ ସୃଜନଶୀଳତାର ପ୍ରତୀକ ହୋଇଥାଏ । ଏହା ଶିକ୍ଷା ଓ ଜ୍ଞାନର ଗୁରୁତ୍ୱକୁ ସୂଚିତ କରେ । ଘରେ ଏପରି ମୂର୍ତ୍ତି ସ୍ଥାପନ କରିବା ଦ୍ୱାରା ଅଧ୍ୟୟନ, କଳା ଏବଂ ବୌଦ୍ଧିକ କାର୍ଯ୍ୟରେ ଉନ୍ନତି ହୁଏ ବୋଲି ବିଶ୍ୱାସ କରାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    33 %
    3.3kmh
    96 %
    Mon
    34 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ