Thursday, July 9, 2026
26.7 C
Odisha

    ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଏହି ମାମଲା ଶୁଣାଣି ଯୋଗ୍ୟ ନୁହେଁ ବୋଲି କହିଲେ ସର୍ବୋଚ୍ଚ ଅଦାଲତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କୁ ସୁପ୍ରିମକୋର୍ଟରୁ ଝଟକା । ସୁପ୍ରିମ କୋର୍ଟ ମୀନାକ୍ଷୀ ନଟରାଜନଙ୍କ ଯାଚିକାକୁ ଖାରଜ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲାରେ ମୀନାକ୍ଷୀ ନଟରାଜନ ହାଇକୋର୍ଟ ଯାଇପାରିବେ । ସୁପ୍ରିମକୋର୍ଟ କହିଛନ୍ତି, ଏହି ମାମଲା ଶୁଣାଣିର ଯୋଗ୍ୟ ନୁହେଁ ।

    ଏହାପୂର୍ବରୁ ସୁପ୍ରିମକୋର୍ଟରେ ମୀନାକ୍ଷୀ ନଟରାଜନଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପକ୍ଷର ରଖିଥିଲେ । ମଧ୍ୟ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ନେତ୍ରୀ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନକୁ ଖାରଜ କରାଯାଇଥିଲା । ପ୍ରାର୍ଥିପତ୍ର ନାକଚକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ମୀନାକ୍ଷୀ ।

    ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୩୨୯ ଅନୁଯାୟୀ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଯଦି ପ୍ରାର୍ଥିପତ୍ର ନାକଚ ହୁଏ, ତେବେ ନିର୍ବାଚନ ଶେଷ ହେବା ପରେ ‘ଇଲେକ୍ସନ ପିଟିସନ’ ଦାଖଲ କରିବା ହିଁ ଏକମାତ୍ର ଆଇନଗତ ରାସ୍ତା । ତେଲଙ୍ଗାନାରେ ତାଙ୍କ ବିରୋଧରେ ଥିବା ବିଚାରାଧୀନ ମାମଲା ବିଷୟରେ ସେ ନିଜ ଶପଥପାଠରେ ସମ୍ପୂର୍ଣ୍ଣ ତଥ୍ୟ ଦେଇନଥିବାରୁ ରିଟର୍ଣ୍ଣିଂ ଅଫିସର ତାଙ୍କ ପ୍ରାର୍ଥିପତ୍ର ନାକଚ କରିଥିଲେ। କଂଗ୍ରେସ ନେତ୍ରୀ ମୀନାକ୍ଷି ନଟରାଜନ କହିଛନ୍ତି, ଏହା ବ୍ୟକ୍ତିଗତ ଝଟକା ନୁହେଁ । ଭାରତର ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଏହା ଏକା ଧକ୍କା । ସୁପ୍ରିମକୋର୍ଟ ଆବେଦନର ଶୁଣାଣି କରିବାର ଥିଲା ବୋଲି ସେ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.7 ° C
    26.7 °
    26.7 °
    81 %
    2kmh
    98 %
    Wed
    26 °
    Thu
    29 °
    Fri
    24 °
    Sat
    23 °
    Sun
    25 °

    ସମ୍ବନ୍ଧିତ