କଟକ : ସରକାର ବଦଳିଛି , ହେଲେ ସରକାରୀ ବାବୁଙ୍କ ଦବଦବା ଏବେ ବି କମିନି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ବି ଅଣଦେଖା କରାଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ଅଣଦେଖା ହେଲା କାଳ । ଏକାଥରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ଆସିଛି ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ ।
ଫେବୃଆରୀ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ଅତିରିକ୍ତି ଜିଲ୍ଲାପାଳ ଶିବ ଟୋପେ । ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଥିବା ଜଣାଯାଇଛି । ଏଥି ସହିତ ବାଙ୍କୀ ଉପ-ଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବି ବନ୍ଦ କରାଯାଇଛି । କମ୍ପ୍ଲାଏ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ଦରମା ଦିଆଯିବ ନାହିଁ ବୋଲି ଅତିରିକ୍ତି ଜିଲ୍ଲାପାଳ ଶିବ ଟପୋଙ୍କ ପ୍ରତିକ୍ରିୟା ମିଳିଛି । ପ୍ରାୟ ୧୫ଟି ବିଭାଗ ନିଜର କମ୍ପ୍ଲାଏ ରିପୋର୍ଟ ଦାଖଲ କରିଛନ୍ତି । ଏହା ପରେ ସେମାନଙ୍କ ଦରମା ପ୍ରଦାନ କରାଯାଇଛି ।