Monday, August 25, 2025
24.5 C
Odisha

    ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ କେନ୍ଦୁଝର ଗସ୍ତ, ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କଲେ

    ଆଗକୁ ପଢନ୍ତୁ

    କେନ୍ଦୁଝର : କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୨ଦିନିଆ କେନ୍ଦୁଝର ଗସ୍ତ ଆରମ୍ଭ ହୋଇଛି । ଭୁବନେଶ୍ଵରରୁ ବାହାରି ରାଇସୁଆଁ Air Strip ରେ ଦିନ ୧୦ଟା ରେ ମୁଖ୍ୟମନ୍ତ୍ରୀ ପହଞ୍ଚିଛନ୍ତି । ସେଠାରୁ ସଡ଼କ ପଥରେ ଯାଇ Circuit House ରେ ପହଞ୍ଚିଛନ୍ତି । Circuit House ରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏଠାରେ ୩ଟି ଆମ୍ବୁଲାନସ୍, ମାତାରିଣୀ ନଡ଼ିଆ ସଂଗ୍ରହ ଗାଡ଼ି ଓ ଏକଲ ଶିକ୍ଷା ରଥର ଶୁଭ ଉଦଘାଟନ କରିଛନ୍ତି ।

    ଏହାପରେ ଦରବାର ହଲ୍ ରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାହ୍ନ ୩ଟାରେ କେନ୍ଦୁଝର ଷ୍ଟାଡିୟମ୍ ରେ ସାହାଣୀ କପ୍ ଫୁଟବଲ୍ ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେଠାରେ ସନ୍ଧ୍ୟା ୫ ଟା ଯାଏ ରହି ୫ ଟା ୧୦ ମିନିଟ୍ ରେ Circuit House ଫେରି ରାତ୍ରୀ ଯାପନ କରିବେ । ଏହାପରେ ଆସନ୍ତାକାଲି ଦିନ ୨ଟା ୧୫ ମିନିଟ୍ ରେ ରାଇସୁଆଁ Air Strip ରୁ ଭୁବନେଶ୍ଵର ଫେରିଯିବାର ରହିଛି କାର୍ଯ୍ୟକ୍ରମ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.5 ° C
    24.5 °
    24.5 °
    90 %
    1.9kmh
    100 %
    Mon
    25 °
    Tue
    28 °
    Wed
    29 °
    Thu
    29 °
    Fri
    31 °

    ସମ୍ବନ୍ଧିତ