Friday, May 17, 2024
31.2 C
Odisha

    ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ଶାସକ ଦଳର ହାତବାରିସ ସାଜିଛନ୍ତି : ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୯/୦୪: ବିଜେଡି ନିର୍ବାଚନ ବୈତରଣୀ ପାର ହେବା ଲାଗି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ବିଶେଷ କରି କିଛି ସରକାରୀ ଅଧିକାରୀମାନେ ନିଜର ଦାୟିତ୍ୱ ଛାଡି ଶାସକ ଦଳର ନିର୍ବାଚନ ପ୍ରଚାରରେ ନିୟୋଜିତ ଅଛନ୍ତି । ଏନେଇ ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ବାରମ୍ବାର ଆଣୁଛି କିନ୍ତୁ ବିଜେଡି ତାର ଚିରାଚରିତ ବ୍ୟବହାରରୁ ନିବୃତ ହେଉନାହିଁ । ପୂର୍ବରୁ ଶାସକ ଦଳର କାର୍ଯ୍ୟକରି କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ ମଧ୍ୟ ପୁନଃର୍ବାର ଶାସକ ଦଳର ଏହି କାର୍ଯ୍ୟ ଜାରି ରହିଛି । ବିଜେପି ସର୍ବଦା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଚାହୁଁଥିବାବେଳେ ବିଜେଡି ଶାସନ ଗାଦିରେ ବସିବା ପାଇଁ ସରକାରୀ ଅଧିକାରୀଙ୍କୁ ଦଳୀୟ କାର୍ଯ୍ୟକର୍ତାଭାବେ ବ୍ୟବହାର କରୁଛି । ବିଜେଡି ଏହି କାର୍ଯ୍ୟରୁ ନିବୃତ ରହିବାକୁ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

    ବିଜେଡିର ଲୋକସଭା ପ୍ରାର୍ଥୀନି ଶର୍ମିଷ୍ଠା ସେଠୀଙ୍କ ପିଏସ୍‌ଓ ଇତିକାନ୍ତ ଲେଙ୍କା ଜଣେ ପୋଲିସ ଅଧିକାରୀ ହୋଇ ନିଜସ୍ୱ ସାଧାଜିକ ଗଣମାଧ୍ୟମ ଆକାଉଂଟରେ ବିଜେଡିର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କହୁଛନ୍ତି । ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲଘଂନ କରୁଛି । ସେହିପରି ଯାଜପୁରର ବିଇଓ ସ୍ମୃତିରେଖା ନାୟକ ନିଜ ପଦବୀର ଅପବ୍ୟବହାର କରି ଲୋକସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଶ୍ରୀମତୀ ନାୟକ ଦୀର୍ଘଦିନ ହେବ ଯାଜପୁରରେ କାର୍ଯ୍ୟରତ ଅଛନ୍ତି ଓ ବିଜେଡିର ପ୍ରଚାର କରୁଛନ୍ତି । ତୁରନ୍ତ ଶ୍ରୀମତୀ ନାୟକଙ୍କୁ ବଦଳି କରାଯିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡା. ବିଶ୍ୱାଳ ଦାବି କରିଛନ୍ତି ।
    ସେହିପରି କେନ୍ଦ୍ରାପଡା ମହାକାଳପଡାର ବିଧାୟକ ପ୍ରାର୍ଥୀ ଅତୁନ ସବ୍ୟସାଚ୍ଚୀଙ୍କ ସହିତ ମିଶି ଜଣେ ଏମବିକେ ପୁଷ୍ପାଞ୍ଜଳୀ ମହାନ୍ତି ବିଜେଡି ଦଳ ପାଇଁ ଭୋଟ ପ୍ରଚାର କରିବା ସହ ଦଳୀୟ ଚିହ୍ନ ଧରି ମହିଳାଙ୍କୁ ବୁଝାଉଛନ୍ତି । ଯାହାର ଫଟୋ ଆଜି ସିଇଓ ହସ୍ତାନ୍ତର କରାଯାଇଛି । ଯଥାଶୀଘ୍ର ପୁଷ୍ପାଞ୍ଜଳୀଙ୍କୁ ଏମବିକେ ପଦବୀରୁ ବହିଷ୍କାର କରାଯାଉ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ମହିଳାମୋର୍ଚ୍ଚା ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ, ରଶ୍ମିମୟୀ ପଟ୍ଟନାୟକ, ମନୀଷା ବେହେରା, ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31.2 ° C
    31.2 °
    31.2 °
    42 %
    4kmh
    96 %
    Fri
    31 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ