Thursday, October 1, 2026
22.8 C
Odisha

    ବିଜେପିରେ ଯୋଗ ଦେଲେ ଶତାଧିକ ବିଜେଡି ନେତା ଓ କର୍ମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୯/୦୪: ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେଡି ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ନାୟକ ସହ ଲିଙ୍ଗିପୁର ପଂଚାୟତର ନିରଞ୍ଜନ ସାମନ୍ତରାୟ, ଧଉଳୀ ପଂଚାୟତ ମନମୋହନ ପ୍ରଧାନ, ବିନ୍ଦୁ ଶେଖର ସୁବୁଧି, ରାକେଶ କୁମାର ଜେନା, ନିତ୍ୟାନନ୍ଦ ନାୟକ, ବ୍ରଜ ମହାନା, ମାଥୁରୀ ଦାସ, ଯୁବ ନେତା ବିନ୍ଦୁସାଗର ପ୍ରଧାନ, ମୁକେଶ ଜେନା, ଶିଶୁପାଳଗଡର ସୌରଭ ନାୟକ, ଇତିପୁର ପଂଚାୟତର ମନୋରଞ୍ଜନ ବରାଳ, ଦିନବନ୍ଧୁ ଜେନା, ପୁରୁଣା ଭୁବନେଶ୍ୱରର ଯୁବ ନେତା ବିଶ୍ୱଜିତ୍ ମଲ୍ଲିକ, ଉମା ମହାରଣା, ସୁଶୀଲ କୁମାର ସ୍ୱାଇଁ, ପ୍ରଦୀପ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।

    ସେହିପରି ଅମ୍ବିକା ଫାଉଣ୍ଡେସନର ପ୍ରତିଷ୍ଠାତା ଅମ୍ବିକା ମହାରଣା ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ମହାରଣାଙ୍କ ସମେତ ସମାଜସେବୀ ସୁଜାତା ମିଶ୍ର, ବିଜେଡି ଯୁବ ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ଜେନା, ପୂର୍ବତନ କର୍ପୋରେଟର ଜ୍ୟୋସ୍ନାମୟୀ ଜେନା, ଆପ୍ ମୁଖପାତ୍ର ଟୁନା ସ୍ୱାଇଁ, ଆଇନଜୀବୀ ଶରତ କୁମାର ସ୍ୱାଇଁ, ବିଜେଡି ସଦସ୍ୟ ପ୍ରଶାନ୍ତ ମହାରଣା, ପ୍ରୀତିଶ୍ରୀ ବେହେରା, ସାଗରିକା ମିଶ୍ର, ତ୍ରିନାଥ ମହାରଣା, ରାହୁଳ ମହାରଣା, ପ୍ରସାଦ କୁମାର ସେଠୀ, ସିତୁନ ଜେନା, ପ୍ରମିତ ପରିଜା, ବିଦୁଲତା ମହାରଣା, କନକଲତା ମହାରଣା, କୁମାରୀ ସ୍ୱାଇଁ, ନୃସିଂହ ଚରଣ ପାତ୍ର, ଶରତ ସାହୁ, ବୈଷ୍ଣବ ପ୍ରଧାନ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
    ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ ଓ ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ନୂତନ ସଦସ୍ୟଙ୍କୁ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ପାର୍ଟୀରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରାଇ ଶ୍ରୀ ମହାନ୍ତି ସଦସ୍ୟତା କରାଇଥିଲେ ।
    ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତ୍ରୀ ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.8 ° C
    22.8 °
    22.8 °
    84 %
    1.2kmh
    15 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ