ସୁନ୍ଦର ଦିଶିବାକୁ କିଏ ନ ଚାହେଁ । ଖାସ୍ କରି ଝିଅମାନେ ନିଜକୁ ଅଧିକ ସୁନ୍ଦର ଦେଖାଯିବା ପାଇଁ ଅନେକ କାର୍ଯ୍ୟ କରିଥାନ୍ତି । ପାର୍ଲର ଯିବାଠାରୁ ଆରମ୍ଭ କରି ସବୁକିଛି କରିଥାନ୍ତି । ଖାଲି ଝିଅମାନେ ନୁହେଁ ବରଂ ପୁଅମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଚାହିଁଥାନ୍ତି । ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଝିଅମାନେ ତ୍ବଚାକୁ ଅଧିକ ଗୁରୁତ୍ବ ଦେଇଥାନ୍ତି । ଏଥିସହ ସବୁ ସମୟରେ ଫେସ୍ ପ୍ୟାକ୍ ଠାରୁ ଆରମ୍ଭ କରି ପାର୍ଲର ଯାଇ ମଧ୍ୟ ଟ୍ରିଟମେଣ୍ଟ ନେଇଥାନ୍ତି ।
ଆଜିକାଲି ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ନୂଆ ନୂଆ ବ୍ୟୁଟି ଟିପ୍ସ ଭାଇରାଲ ମଧ୍ୟ ହେଉଛି । ମୁହଁରୁ ବ୍ରଣ ଦୂର କରିବା ପାଇଁ ଅନେକ ଟିପ୍ସକୁ ଫଲୋ କରିବାକୁ ପରାମର୍ଶ ଦିଆଯାଇଥାଏ । ଯାହାକୁ ମଧ୍ୟ ବର୍ତ୍ତମାନର ଯୁବପିଢିମାନେ ଖୁବ୍ ସହଜରେ ଆପଣେଇଛନ୍ତି । ହେଲେ ଅନେକ ଲୋକ ସୁନ୍ଦର ଦିଶିବା ପାଇଁ ଶସ୍ତା ଜିନିଷର ବ୍ୟବହାର କରିଥାଆନ୍ତି । ଯାହା ଆମ ସ୍କିନ୍ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ହୁଏ ତ କିଛି କ୍ଷଣ ପାଇଁ ଆମେ ସୁନ୍ଦର ଦିଶୁ ହେଲେ ପରବର୍ତ୍ତୀ ସମୟରେ ଏହା ଆମ ତ୍ବଚା ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଭୁଲ ଟିପ୍ସକୁ ଫଲୋ କରନ୍ତୁ ନାହିଁ । ନଚେତ୍ ଅନେକ ସମସ୍ୟା ଦେଖା ଦେଇପାରେ । ଯାହା ଆମ ସ୍କିନକୁ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ସେହି ସବୁ ଜିନିଷ ଗୁଡିକ ସମ୍ପର୍କରେ ଜାଣିବା ।
୧.ବ୍ରଣରେ ଟୁଥପେଷ୍ଟ ଲଗାଇବା : ଅନେକ ଲୋକ ଭାବିଥାଆନ୍ତି ଯେ, ବ୍ରଣରେ ଟୁଥପେଷ୍ଟ ଲଗାଇବା ଦ୍ବାରା ଏହା ଶୀଘ୍ର ଭଲ ହୋଇଯାଇଥାଏ । କିନ୍ତୁ ଟୁଥପେଷ୍ଟ ଦାନ୍ତ ସଫା କରିବା ପାଇଁ ପ୍ରଯୁଜ୍ୟ । ଟୁଥପେଷ୍ଟରେ କେମିକାଲ ଥାଏ । ଯାହା ଚର୍ମକୁ କ୍ଷତି ପହଞ୍ଚାଇଥାଏ । ବ୍ରଣରେ ଟୁଥପେଷ୍ଟ ବ୍ୟବହାର କରିବା ଦ୍ବାରା ସ୍କିନରେ ପୋଡାଜଳା ଭଳି ସମସ୍ୟା ସୃଷ୍ଟି କରିଥାଏ । ଏଥିସହିତ ଟୁଥପେଷ୍ଟ ବ୍ୟବହାର କରିବା ଦ୍ବାରା ମୁହଁକୁ ମଧ୍ୟ ଡ୍ରାଏ କରି ଦେଇଥାଏ । ବ୍ରଣ ସମସ୍ୟାକୁ ଆହୁରି ବଢାଇ ଦେଇଥାଏ ।
୨. ଲେମ୍ବୁ ରସ : ଲୋକମାନେ ପ୍ରାୟତଃ ଲେମ୍ବୁ ରସକୁ ସିଧାସଳଖ ମୁହଁରେ ଲଗାଇଥାଆନ୍ତି । ଲେମ୍ବୁରେ ଭିଟାମିନ୍ ସି ଥାଏ । କିନ୍ତୁ ଏଥିରେ ଅତ୍ୟଧିକ ମାତ୍ରାର ଏସିଡି ଥାଏ । ଯାହାଫଳରେ ଏହାକୁ ସିଧାସଳଖ ମୁହଁରେ ବ୍ୟବହାର କରିବା ଦ୍ବାରା ମୁହଁରେ ଲାଲ ଦାଗ ସହିତ ଜଳାପୋଡା ଅନୁଭବ ହୋଇଥାଏ । ଏହାକୁ ଲଗାଇ ଖରାକୁ ଯିବା ମାତ୍ରେ ଆଲର୍ଜି ଭଳି ସମସ୍ୟା ସୃଷ୍ଟି ହୋଇପାରେ ।
୩. ବେକିଂ ସୋଡା : କିଛି ଲୋକମାନେ ସଫା ଏବଂ ଚମକଦାର ତ୍ବଚା ପାଇଁ ବେକିଂ ସୋଡାକୁ ସ୍କ୍ରବ୍ ଭାବେ ବ୍ୟବହାର କରିଥାଆନ୍ତି । କିନ୍ତୁ ବେକିଂ ସୋଡାର pH ଲେବୁଲ ତୁଳନାରେ ସ୍କିନଠାରୁ ଭିନ୍ନ ଥାଏ । ଏହାକୁ ବ୍ୟବହାର କରିବା ଦ୍ବାରା ସ୍କିନର ନ୍ୟାଚୁରାଲ ଅଲଏକୁ ଦୂର କରିଦେଇଥାଏ । ଯାହାଫଳରେ ସ୍କିନ୍ ଡ୍ରାଏ ହୋଇଯାଏ । ଯଦି ଏହାକୁ ଆପଣ ନିୟମିତ ବ୍ୟବହାର କରୁଛନ୍ତି ତେବେ ବ୍ରଣ ସମସ୍ୟାକୁ ବଢାଇ ଦେଇଥାଏ ।
୪. ବଡି ଲୋଶନ : ବଡି ଲୋଶନରେ ବହୁତ କେମିକାଲ ଥାଏ । ଯାହା ଆମ ସ୍କିନକୁ କ୍ଷତି ପହଞ୍ଚାଇଥାଏ । ମୁହଁରେ ବଡି ଲୋଶନ ନ ଲଗାଇ ମଇଶ୍ଚରାଇଜର ଲଗାନ୍ତୁ ।
୫. ଗରମ ପାଣି : ଥଣ୍ଡା ଦିନେ ଆମେ ସାଧାରଣତଃ ଗରମ ପାଣିରେ ମୁହଁ ଧୋଇ ଦେଇଥାଉ । କିନ୍ତୁ ଏହା ଆମ ସ୍କିନ୍ ପାଇଁ ଖରାପ ହୋଇଥାଏ । ଯେଉଁମାନଙ୍କର ଡ୍ରାଏନେସ୍ ଭଳି ସମସ୍ୟା ରହିଛି ଗରମ ପାଣିରେ ମୁହଁ ଧୋଇବାଠାରୁ ଦୂରେଇ ରୁହନ୍ତୁ ।
