Friday, April 10, 2026
33.3 C
Odisha

    ମେଟ୍ରୋ ରେଳ ପ୍ରକଳ୍ପ ବନ୍ଦ ନେଇ ଅପରାଜିତାଙ୍କ ଚିନ୍ତା, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି । ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା ଷଡ଼ଙ୍ଗୀ । ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟ୍ ର ନିକଟତର ନିଷ୍ପତ୍ତିକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିନ୍ତା ପ୍ରକଟ କରିଛନ୍ତି । ଏହି ପ୍ରକଳ୍ପକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପାଞ୍ଚ ପୃଷ୍ଠାର ବିସ୍ତୃତ ଚିଠି ଲେଖି ଅନୁରୋଧ କରିଛନ୍ତି। ସାଂସଦ କହିଛନ୍ତି ଯେ ଭୁବନେଶ୍ୱରର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଟ୍ରାଫିକ ସମସ୍ୟାକୁ ଦେଖିଲେ ମେଟ୍ରୋ ଏକ ଜରୁରୀ ଆବଶ୍ୟକତା । ପ୍ରକଳ୍ପ ବନ୍ଦ ହେବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଏହି ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଏବେ ଏହାକୁ ବନ୍ଦ କରିଦେଲେ ଭବିଷ୍ୟତରେ ଆରମ୍ଭ କରିବା ପାଇଁ ୨ ରୁ ୪ ଗୁଣ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

    ମେଟ୍ରୋ ଚାଲିଲେ ପର୍ଯ୍ୟଟନର ବିକାଶ ହେବ ଏବଂ କଟକ, ଖୋର୍ଦ୍ଧା, ଜଟଣୀ ଭଳି ଅଞ୍ଚଳର ଲୋକେ ଉପକୃତ ହେବେ। ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ଓ ପାଣ୍ଠି ଆଣିବାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଅପରାଜିତା । ରାଜ୍ୟ ସରକାରଙ୍କ କହିବା କଥା ଯେ, ଏଥିରେ ଯାତ୍ରୀ ସଂଖ୍ୟା କମ୍ ରହିବାର ଆଶଙ୍କା ଅଛି ଏବଂ ଏହା ଦ୍ୱାରା ଆର୍ଥିକ କ୍ଷତି ହୋଇପାରେ। ସେଥିପାଇଁ ସରକାର ମେଟ୍ରୋ ପ୍ରକଳ୍ପକୁ ବନ୍ଦ କରି ଅନ୍ୟ ବିକଳ୍ପ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.3 ° C
    33.3 °
    33.3 °
    29 %
    1.7kmh
    0 %
    Fri
    37 °
    Sat
    38 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ