Friday, April 3, 2026
39 C
Odisha

    ମେଟ୍ରୋ ରେଳ ଲାଗି ନୂଆ ନକ୍ସା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନୂଆ ଢାଞ୍ଚାରେ ହେବ ଭୁବନେଶ୍ବର ମେଟ୍ରୋ ରେଳ। ଜନସାଧାରଣଙ୍କ ହିତ ଓ ଟ୍ରାଫିକ ଭିଡ଼କୁ ଦୃଷ୍ଟିରେ ରଖି ମେଟ୍ରୋ ପ୍ରକଳ୍ପ ଉପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଏନେଇ ଦିଲ୍ଲୀ ମେଟ୍ରୋ ରେଳ ନିଗମ ସିଇଓ କଲ୍ୟାଣ ପଟ୍ଟନାୟକ, ବିକାଶ କୁମାର, ପ୍ରମିତ ଗର୍ଗ ପ୍ରମୁଖଙ୍କ ସହ ଆଲୋଚନା କରାଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀସ୍ତରୀୟ ବୈଠକ ଗତକାଲି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।

    ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟର ମୋବିଲିଟି ଓ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ସେନେଇ ବୈଠକରେ ଆନ୍ତଃ ବିଭାଗୀୟ ସମନ୍ୱୟ ବିଷୟରେ ଆଲୋଚନା କରାଯାଇଛି। ଏଥିସହିତ ଭୁବନେଶ୍ୱର ସହର ଦୃଢ଼ ଓ ଦକ୍ଷ ସାର୍ବଜନୀନ ପରିବହନ ବ୍ୟବସ୍ଥା, ସୁଗମ ଟ୍ରାଫିକ ପରିଚାଳନା ନିମନ୍ତେ କମ୍ପ୍ରେସିଭ ମୋବିଲିଟି ପ୍ଲାନ, ରେଳ-ସଡ଼କ ପରିବର୍ତ୍ତନ ପଥ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ଓ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ବୈଠକରେ ଯୋଗଦେଇଥିଲେ। ପ୍ରମୁଖ ଶାସନ ସଚିବ ମନୋଜ ଆହୁଜା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଗୃହ ଓ ନଗର ଉନ୍ନୟନ ନଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ବିଏମସି ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ ବୈଠକରେ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ