Wednesday, April 1, 2026
30.8 C
Odisha

    ମେୟର୍‌ଙ୍କ ପ୍ରେସ୍‌ମିଟ୍‌ର ଜବାବ ରଖିଲେ ଓସିଏ

    ଆଗକୁ ପଢନ୍ତୁ

    କଟକ: ବାରବାଟୀ ଷ୍ଟାଡିୟମ୍‌କୁ ନେଇ ବାରବାଟୀ ଷ୍ଟାଡିୟମ ଓଡ଼ିଶା ଅଲମ୍ପିକ୍‌ ସଂଘ ଅଧୀନରେ ଥିବାବେଳେ ଏହାର ପରିଚାଳନା ଦାୟିତ୍ବ ଓଡ଼ିଶା କ୍ରିକେଟ ଆସୋସିଏସ୍‌ନ (ଓସିଏ) ନିକଟରେ ରହିଛି। ବାରବାଟୀ ନବୀକରଣ ଯୋଜନା ଏବେ ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ଚାଲିଛି। ଓଡ଼ିଶା ଅଲମ୍ପିକ୍‌ ସଂଘ ଓ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସଦସ୍ୟଙ୍କୁ ନେଇ ଷ୍ଟାଡିୟମ୍‌ ନବୀକରଣ ଉପରେ ଆଲୋଚନା କରାଯାଉଛି।  ଓସିଏ ସଂପାଦକ ସଂଜୟ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ୪୧ଟି ସ୍ଥାନରେ କ୍ରିକେଟ୍‌ ଏକାଡେମି ଗଠନ କାର୍ଯ୍ୟକ୍ରମରେ ‌ଯୋଗଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭବି‌ଷ୍ୟତରେ ବାରବାଟୀ ଷ୍ଟାଡିୟମ୍‌ର ନବୀକରଣ କରାଯିବ ବୋଲି କେବଳ ମୌଖିକ ଭାବେ ଘୋଷଣା କରିଥିଲେ।ଏଥିପାଇଁ ବିଜେଡି ସରକାର କ୍ୟାବିନେଟ୍‌ରେ ଟଙ୍କା ମଞ୍ଜୁର କରି ନଥିଲେ କି ନବୀକରଣର ଡିପିଆର୍‌ ପ୍ରସ୍ତୁତ କରାଯାଇ ନାହିଁ। ଗତକାଲି କଟକ ମେୟର୍‌ ସୁବାସ ସିଂହ ବାରବାଟୀ ନବୀକରଣ ପାଇଁ ଟଙ୍କା ମଞ୍ଜୁର ହେବା ଓ ଡିପିଆର୍‌ ପ୍ରସ୍ତୁ୍ତ ହୋଇଥିବା ନେଇ ଏକ ସମ୍ମାଦିକ ସମ୍ମମିଳନୀରେ କହିଥିଲେ। ମାତ୍ର ସେପରି କିଛି କରାଯାଇ ନାହିଁ ବୋଲି ଶ୍ରୀ ବେହେରା ଆଜି ସ୍ପଷ୍ଟ କରିଛନ୍ତି। ବାରବାଟୀ ଷ୍ଟାଡିୟମ ନବୀକରଣ ପାଇଁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖେଳ ସଚିବ ଜୟ ସାହାଙ୍କ ସହିତ ଆଲୋଚନା କରାଯାଇଛି ବୋଲି ଓସିଏ ସମ୍ପାଦକ କହିଛନ୍ତି। ରାଜ୍ୟରେ ‌କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଓସିଏ ଓ ରାଜ୍ୟର ବିଭିନ୍ନ ଖେଳ ସଂଘକୁ ନେଇ ଉଦ୍ୟମ କରାଯିବ ବୋଲି ଶ୍ରୀ ବେହେରାକହିଛନ୍ତି। ଅପରପକ୍ଷରେ, ଶ୍ରୀ ବେହେରା ପକ୍ଷ ରଖିବା ପରେ ମେୟର୍‌ ସୁବାସ ସିଂହ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମ୍‌ ନବୀକରଣରେ ଓସିଏ ଏବଂ ବିସିସିଆଇର କ’ଣ ଭୂମିକା ରହିଛି, ଏ ନେଇ ମୁଁ ସାମ୍ବାଦିକ ସମ୍ମିଳନୀ କରି ନଥିଲି। କଟକର ମେୟର୍‌ ହିସାବରେ ବାରବାଟୀ ‌ଷ୍ଟାଡିୟମ୍‌ ନବୀକରଣକୁ ନେଇ ରାଜ୍ୟ ସରକାରଙ୍କ ଅଭିମୁଖ୍ୟ କ’ଣ ରହିଛି ଏହା ଜାଣିବାକୁ ଚାହିଁଥିଲି ବୋଲି ଶ୍ରୀ ସିଂହ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ