Monday, August 10, 2026
24.2 C
Odisha

    କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଆମେରିକା କନସଲ୍ ଜେନେରାଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ହାଇଦ୍ରାବାଦସ୍ଥିତ ଆମେରିକାନ୍‍ କନସୁଲଲେଟ୍‍ର କନସଲ୍‍ ଜେନେରାଲ୍‍ ଲାରା ଉଇଲିୟମସ୍‍ ଦୁଇ ଦିନିଆ କିଟ୍‍ ଓ କିସ୍‍ ପରିଦର୍ଶନ ସାରି ଫେରିଯାଇଛନ୍ତି । ସେ କିଟ୍‍ର ସମସ୍ତ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍‍ର ବିଭିନ୍ନ ୟୁନିଟ୍‍ ପରିଦର୍ଶନ କରିଥିଲେ । କିସ୍ ରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିନାଦେୟରେ ସାମଗ୍ରିକ ଶିକ୍ଷା ମଡେଲ୍‍ ବିଷୟରେ ଜାଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ।

    ଏହ ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ସେ କିସ୍‍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଜନଜାତି ସଶକ୍ତିକରଣ ପାଇଁ କିସ୍‍ ଜରିଆରେ ଯେଉଁ କାର୍ଯ୍ୟ ଡ. ଅଚ୍ୟୁତ ସାମନ୍ତ କରୁଛନ୍ତି ତାହା ଏକ ଉଦାହରଣ ବୋଲି କହିଥିଲେ ।

    ଆଜି ସକାଳେ ଲାରାଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ତାଙ୍କୁ ନିଜ ରଚିତ ପୁସ୍ତକ ପ୍ରଦାନ କରିଥିଲେ । ଲାରା ମଧ୍ୟ ଡ. ଅଚ୍ୟୁତ ସାମନ୍ତଙ୍କୁ ଏକ ପୁସ୍ତକ ଉପହାର ପ୍ରଦାନ କରିଥିଲେ । କିଟ୍‍ ଓ କିସ୍‍ ପରିଦର୍ଶନ ଅବସରରେ ତାଙ୍କ ସହ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି ଓ କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.2 ° C
    24.2 °
    24.2 °
    97 %
    0.9kmh
    100 %
    Sun
    24 °
    Mon
    27 °
    Tue
    29 °
    Wed
    30 °
    Thu
    30 °

    ସମ୍ବନ୍ଧିତ