Thursday, April 2, 2026
25.4 C
Odisha

    ମେ ‘ ୨୨ରେ ୧୦୩ଟି ଅମୃତ ଷ୍ଟେସନର ଲୋକାର୍ପଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ମେ’ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ଗସ୍ତ କରି ଅମୃତ ଷ୍ଟେସନ ଅଧୀନରେ ଦେଶରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲ୍ଲାରେ ୧୧ଶହ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅମୃତ ଷ୍ଟେସନ ଅଧୀନରେ ୧୦୩ଟି ରେଳ ଷ୍ଟେସନର ପୁନର୍ବିକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ବିକାନେରର ପଲାନାରେ ୨୬ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିବେ। ପ୍ରକଳ୍ପରେ ରେଳ, ରାସ୍ତା, ବିଦ୍ୟୁତ୍, ଜଳ, ନୂତନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି।

    ପ୍ରଧାନମନ୍ତ୍ରୀ ବିକାନେର-ମୁମ୍ବାଇ ଏକ୍ସପ୍ରେସ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ୫୮କି.ମି.ଚୁରୁ-ସଦରପୁର ରେଳ ଲାଇନ, ୩୩୬କି.ମି.ସୁରତଗଡ଼ – ଫାଲୋଡି ରେଳ ଲାଇନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ୧୦୯କି.ମି. ଫୁଲେରା-ଡେଗାନା, ୨୦୧୦କି.ମି.ଉଦୟପୁର-ହିମ୍ମତନଗର, ୧୫୭କି.ମି. ଫାଲୋଡି-ଜୈସାଲମେର ଏବଂ ୧୨୯ କି.ମି. ସମଦାରୀ-ବାଡ଼ମେର ରେଳ ଲାଇନର ବିଦ୍ୟୁତୀକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରାଜସ୍ଥାନରେ ୪୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ଟି ସଡ଼କ ପ୍ରକଳ୍ପ ଲୋକାର୍ପଣ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ