Wednesday, April 8, 2026
22.9 C
Odisha

    ମୋତେ ସରକାରୀ ବାସଭବନରୁ ହଟାଇ ଦିଆଯାଇଛି’: ବିଜେପି କହିଲା ଘରେ ତାଲା ପକାଇ ତଦନ୍ତରେ ସହଯୋଗ କରୁନାହାନ୍ତି ଆତିଶୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ପୁଣି ଥରେ ହାଇଡ୍ରାମା ହୋଇଛି। ଆପ୍ ନେତ୍ରୀ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଆଜି ଅଭିଯୋଗ କରିଛନ୍ତି ଯେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ୩ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ତାଙ୍କ ଘର ଛଡ଼ାଇ ନେଇଛି ଏବଂ ତାଙ୍କୁ ଆବଣ୍ଟିତ ହୋଇଥିବା ଘର ରଦ୍ଦ କରିଦେଇଛି। ୬ ଫ୍ଲାଗ ଷ୍ଟାଫ୍‌ ରୋଡ୍‌ ସ୍ଥିତ ସରକାରୀ ବାସଭବନ ମଂଜୁରିକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି ଏବଂ ନିର୍ବାଚନ କମିସନ୍‌ ନିର୍ବାଚନ ତାରିଖ ଘୋଷଣା କରିବାର ଦିନକ ପୂର୍ବରୁ ପୂ୍ର୍ତ୍ତ ବିଭାଗ ପକ୍ଷରୁ ତାଙ୍କ ଘର ଛାଡ଼ିବାପାଇଁ ନୋଟିସ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଆତିଶୀ ଦାବି କରିଛନ୍ତି ଯେ ରାଜନୈତିକ ଶତ୍ରୁ୍ତା ପାଇଁ ବିଜେପି ତାଙ୍କୁ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛି। ଆତିଶୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବା ସମୟରେ ବିଜେପି ମୋ ଜିନିଷପତ୍ର କାଢ଼ି ରାସ୍ତାରେ ଫୋପାଡ଼ିଦେଲା। ତେବେ ସେମାନେ ଆମ ଘର ଛଡ଼ାଇ ନେଇପାରନ୍ତି ଏବଂ କାମ ବନ୍ଦ କରିଦେଇ ପାରନ୍ତି। କିନ୍ତୁ ସେମାନେ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ କାମ କରିବାକୁ ଆମ ଭିତରେ ଥିବା ଆଗ୍ରହ କମାଇ ପାରିବେନି। ଆବଶ୍ୟକ ପଡ଼ିଲେ ମୁଁ ଦିଲ୍ଲୀ ବାସିନ୍ଦାଙ୍କ ଘରେ ରହି ସେମାନଙ୍କ ପାଇଁ କାମ କରିବି ବୋଲି ଆତିଶୀ କହିଛନ୍ତି।

    ତେବେ ଆତିଶୀଙ୍କ ଅଭିଯୋଗକୁ ଖଣ୍ଡନ କରି ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ ଏଭଳି ଅଭିଯୋଗ କେବଳ ମିଥ୍ୟା ଓ ବିଭ୍ରାନ୍ତି ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଭୁଲ୍ ପ୍ରମାଣିତ କରିବାପାଇଁ ମାଲବୀୟ ୨ଟି କଥା କହିଛନ୍ତି।   ପ୍ରଥମତଃ ଆତିଶୀଙ୍କୁ ବାସଭବନ ଛାଡ଼ିବା ପାଇଁ ନୋଟିସ୍‌ ପଠାଯାଇନି ଏବଂ ଦ୍ବିତୀୟତଃ ଅକ୍ଟୋବର ୧୧, ୨୦୨୪ରେ ତାଙ୍କୁ ଘର ଦିଆଯାଇଥିଲେ ମଧ୍ୟ ସେ କେବେ ବି ‘ଶୀଶ୍‌ମହଲ’ ଯାଇନାହାନ୍ତି। ୧୭ଏବି ମଥୁରା ରୋଡ୍‌ରେ ଆତିଶୀଙ୍କର ଏକ ସରକାରୀ ବାସଭବନ ରହିଛି ଏବଂ ତାଙ୍କୁ ଅନ୍ୟ ୨ଟି ବଙ୍ଗଳା ମଧ୍ୟ ଦିଆଯାଇଛି। ମାଲବୀୟ କହିଛନ୍ତି, ଆତିଶୀଙ୍କୁ ଘର ମିଳିବାର ସପ୍ତାହକ ମଧ୍ୟରେ ସେ ଘରକୁ ଯିବା କଥା। କିନ୍ତୁ ୩ ମାସ ପରେ ବି ସେ ଘରକୁ ଯାଇନାହାନ୍ତି। ଏହା ନିୟମର ଉଲ୍ଳଂଘନ କରୁଛି। ଶୀଶ୍‌ମହଲ ସିବିଆଇ ଏବଂ ଇଡି ତଦନ୍ତ ପରିସରରେ ରହିଛି। ଘର ଦିଆଯିବା ବେଳେ ସର୍ତ୍ତ ରଖାଯାଇଥିଲା ଯେ ଆତିଶୀ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବେ। କିନ୍ତୁ ସେ ଘରେ ନରହି ଘର ତାଲା ପକାଇ ରଖି ଲଗାତାର ଅସହଯୋଗ କରୁଛନ୍ତି ବୋଲି ମାଲବୀୟ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ