Tuesday, March 24, 2026
24.7 C
Odisha

    ମୋଦିଙ୍କୁ ଷ୍ଟେଜ ଉପରେ ଏପରି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମଙ୍ଗଳବାର ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଛି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ, ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟର ବିକାଶର ମୂଳମନ୍ତ୍ର ହେବ।
    ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ସବୁଠି ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ଲକ୍ଷାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମା’ମାନଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ ଟିପି ରାଜ୍ୟର ୨୫ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ମା’ ଓ ଭଉଣୀ ଏବଂ ରାଜ୍ୟର ସାଢେ ଚାରି କୋଟି ଜନ ସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା। ଆଜିର ଏହି ସ୍ବତନ୍ତ୍ର ଦିନରେ ଯେତେବେଳେ ସାରା ବିଶ୍ୱରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା ଆସୁଛି, ସେତେବେଳେ ସେ ଆଜି ଆମ ଗହଣରେ ଉପସ୍ଥିତ ହୋଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ। ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା । ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ। ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ସ୍ବରୂପିଣୀ ଓ ସମାନତାର ପ୍ରତୀକ। କଥା ଅଛି ଯେ, ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ। ଠିକ ସେହିପରି ଜଣେ ମହିଳା ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୋଇଥାଏ। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହି ପ୍ରଗତିଶୀଳ ତଥା ବୈପ୍ଳବିକ ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    68 %
    2.6kmh
    0 %
    Tue
    25 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ