Friday, October 24, 2025
29.2 C
Odisha

    ମୋବାଇଲ୍ ମେଳାରେ ମିଳିଲା ଲୋକଙ୍କ ହଜିଯାଇଥିବା ଫୋନ୍, ଅନୁଗୁଳ ପୋଲିସର ଏକ ସ୍ୱତନ୍ତ୍ର ଅଭିଯାନ

    ଆଗକୁ ପଢନ୍ତୁ

    ଅନୁଗୁଳ: କିଏ ମୋବାଇଲ୍ ହଜାଇଦେଇଥିଲା ତ ଆଉ କାହାର ଚୋରି ହୋଇଯାଇଥିଲା । ହଜିଲା ଫୋନ୍ ଆଉ ମିଳିବ ବୋଲି ଆଶା ବି ନଥିଲା । ହେଲେ ଅନୁଗୁଳ ପୋଲିସ୍ ଏକ ସ୍ବତନ୍ତ୍ର ଅଭିଯାନ ସହ ହଜିଲା ଫୋନ୍ କେବଳ ଉଦ୍ଧାର କରିନି, ବରଂ ଅସଲ ମାଲିକଙ୍କୁ ହସ୍ତାନ୍ତର ମଧ୍ୟ କରିଛି । ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୋଟିଏ କି ଦୁଇଟି ନୁହଁ ହଜି ଯାଇଥିବା କିମ୍ବା ଚୋରି ହୋଇଥିବା ୧୦୧ ଟି ମୋବାଇଲ୍ ଫେରାଇଛନ୍ତି । ଏପଟେ ନିଜ ହଜିଥିବା ଫୋନ୍ ପାଇବା ପରେ ଲୋକଙ୍କ ମୁହଁରେ ହସ ଫୁଟିଛି ।

    ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏସ୍‌ପି ରାହୁଲ୍ ଜୈନଙ୍କ ଅଧ୍ୟକ୍ଷତାରେ ଏହି ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଛି । ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଧାର ମୋବାଇଲ୍ ଅଭିଯୋଗକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଏସ୍‌ପି ଶ୍ରୀ ଜୈନ୍ କହିଲେ, ଗତବର୍ଷ ଅକ୍ଟୋବରରେ ଅନୁଗୁଳ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଥିଲା ଏକ ସ୍ବତନ୍ତ୍ର ଅଭିଯାନ । ନିଖୋଜ କିମ୍ବା ଫୋନ୍ ହଜିଗଲେ, ଅଭିଯୋଗ ପାଇଁ ଏକ ହ୍ଵାଟ୍ସଆପ୍ ନମ୍ବର (୯୯୩୭୫୦୪୮୮୮) ଜାରି କରାଯାଇଥିଲା ।

    ଯାହାପରେ ଲୋକମାନେ ଥାନାକୁ ନ ଆସି ହ୍ବାଟ୍ସଆପ୍ ନମ୍ବରରେ ଅଭିଯୋଗ କରିଥିଲେ । ଏହାପରେ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଉଦ୍ଧାର କରିଛି ପୋଲିସ । ଅଭିଯୋଗକୁ ଗୁରୁତ୍ବର ସହ ନେଇ ସାଇବର ଏକ୍ସପର୍ଟଙ୍କ ସହାୟତାରେ ୧୦୧ଟି ମୋବାଇଲ୍ ଉଦ୍ଧାର କରି ହସ୍ତାନ୍ତର କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ । ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଏପଟେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଭୋଇ ଏହି ଅଭିଯାନର ବେଶ ପ୍ରଶଂସା କରିଛନ୍ତି ।

    ଅନୁଗୁଳ ପୋଲିସ୍ ଏହି ସ୍ବତନ୍ତ୍ର ଅଭିଯାନ ସହ ଲୋକଙ୍କ ଫୋନ୍‌ ଉଦ୍ଧାର କରି ହସ୍ତାନ୍ତର କରିବା ସତରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ମୋବାଇଲ୍‌ରେ ସମସ୍ତ ତଥ୍ୟ ରହୁଥିବାରୁ ଏହା ଯେପରି ନ ହଜିବ, ସେଥିପ୍ରତି ଅଧିକ ଯତ୍ନବାନ ହେବାକୁ ଆଇଜି ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ । ଉଦ୍ଧାର ହୋଇଥିବା ମୋବାଇଲ୍ ଏହାର ଅସଲ ମାଲିକଙ୍କୁ ହସ୍ତାନ୍ତର କରିଥିଲେ । ଏପଟେ ସାଧାରଣ ଲୋକେ ନିଜ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ପାଇ ପୋଲିସ୍‌ର ଉଦ୍ୟମକୁ ସାଧୁବାଦ ଦେବା ସହ ଅଭିଯୋଗକାରୀମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.2 ° C
    29.2 °
    29.2 °
    61 %
    1.8kmh
    23 %
    Fri
    28 °
    Sat
    30 °
    Sun
    30 °
    Mon
    29 °
    Tue
    24 °

    ସମ୍ବନ୍ଧିତ