Wednesday, March 25, 2026
29.4 C
Odisha

    ମୋ ଜୀବନର ଆଲୋକ ସହିତ ୨୦୨୬ ରେ ପାଦ ଦେଉଛି; ଚର୍ଚ୍ଚାରେ ବିରାଟଙ୍କ ପୋଷ୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚର୍ଚ୍ଚାରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପୋଷ୍ଟ। ନୂଆବର୍ଷ ଅବସରରେ ପତ୍ନୀଙ୍କ ସହ ଫଟୋ ସେୟାର କଲେ ବିରାଟ। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲି ନୂତନ ବର୍ଷକୁ ନିଆରା ଢ଼ଙ୍ଗରେ ସ୍ୱାଗତ କରିଛନ୍ତି। ସେ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ପୋଷ୍ଟରେ ବିରାଟ ତାଙ୍କ ପତ୍ନୀଙ୍କୁ ତାଙ୍କ ଜୀବନର ଆଲୋକ ବୋଲି କହିଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଏବେ ପ୍ରଶଂସକଙ୍କ ଭଲପାଇବା ସାଉଁଟିଛି। ଦୁହିଁଙ୍କ ଫଲୋୟର୍ସ ସେମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି।
    ମୁହଁରେ ଦିଶିଲା ନିଆରା ଚିତ୍ର
    ବିରାଟ କୋହଲି ଇନଷ୍ଟାଗ୍ରାମରେ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେମାନଙ୍କର ମୁହଁରେ ଚିତ୍ର ଅଙ୍କାଯାଇଛି। ବିରାଟଙ୍କ ମୁହଁରେ ସ୍ପାଇଡର ଜାଲର ଚିତ୍ର ଅଙ୍କାଯାଇଥିବା ବେଳେ ଅନୁଷ୍କାଙ୍କ ମୁହଁରେ ପ୍ରଜାପତି ଚିତ୍ର ଅଙ୍କାଯାଇଛି। ଦୁହେଁ ପରସ୍ପରକୁ ଧରି କ୍ୟାମେରାକୁ ଦେଖୁଛନ୍ତି। ଫଟୋ ଦୁହେଁ ଖୁବ୍ ଖୁସିଥିବା ଦେଖାଯାଇଛି।
    ମୋ ଜୀବନର ଆଲୋକ ସହିତ ୨୦୨୬ ରେ ପାଦ ଦେଉଛି।”
    ଫଟୋରେ, ଅନୁଷ୍କା ଶର୍ମା ଏକ ଧଳା ସାର୍ଟ ଏବଂ ନୀଳ ଡେନିମ୍ ପ୍ୟାଣ୍ଟ ପିନ୍ଧିଛନ୍ତି। ତାଙ୍କ କେଶ ଖୋଲା ଥିବା ସହ କମ ମେକଅପ୍ ନେଇଛନ୍ତି ଅଭିନେତ୍ରୀ। ଅନ୍ୟପକ୍ଷରେ ବିରାଟ ଏକ କଳା ଟି-ସାର୍ଟ ଏବଂ ଧୂଷର ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ଦେଖାଯାଇଛି। ଫଟୋରେ, ସେ ଅନୁଷ୍କାଙ୍କ କାନ୍ଧରେ ହାତ ରଖି ପୋଜ୍ ଦେଉଥିବାର ଦେଖାଯାଉଛି। ବିରାଟ କ୍ୟାପସନରେ ଅନୁଷ୍କାଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, “ମୋ ଜୀବନର ଆଲୋକ ସହିତ ୨୦୨୬ରେ ପାଦ ଦେଉଛି।”

    ଶୁଭେଚ୍ଛା ଜଣାଇଲେ ପ୍ରଶଂସକ
    ଏହି ପୋଷ୍ଟ ପରେ ଏବେ ଦୁହିଁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଜ ସୁନ୍ଦର ଦାମ୍ପତ୍ୟ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ବିରାଟ-ଅନୁଷ୍କା । ଉଭୟ ଦମ୍ପତ୍ତିଙ୍କ କୋଟି କୋଟି ସମର୍ଥକ ରହିଥିବା ବେଳେ ସେମାନେ ଏହି ପୋଷ୍ଟ ତଳେ କମେଣ୍ଟ କରିଛନ୍ତି । ସମସ୍ତେ ଏହି ଯୋଡିକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହାଛଡା କିଛି ପ୍ରଶଂସକ ଦୁହିଁଙ୍କୁ “ରାଜା ଏବଂ ରାଣୀ” ବୋଲି ସମ୍ବୋଧନ କରିବା ସହିତ ଅନେକ ପ୍ରଶଂସକ ଲାଲ ହୃଦୟ ଇମୋଜି ସହିତ ଏହି ଦମ୍ପତିଙ୍କୁ ନିଜ ମେସେଜ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.4 ° C
    29.4 °
    29.4 °
    34 %
    1.4kmh
    27 %
    Wed
    32 °
    Thu
    38 °
    Fri
    40 °
    Sat
    40 °
    Sun
    41 °

    ସମ୍ବନ୍ଧିତ