Sunday, October 18, 2026
24.8 C
Odisha

    ଏକ ହଜାରରୁ ଊର୍ଦ୍ଧ୍ବ କଳାକାର ଭତ୍ତା ପାଇବାରୁ ବଂଚିତ

    ଆଗକୁ ପଢନ୍ତୁ

    ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବେ ହଜିବାକୁ ବସିଛି। ଅଳ୍ପ କିଛି କଳାକାର ଏହାକୁ ବ˚ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାକୁ ପ୍ରଶାସନ ତରଫରୁ ସେଭଳି ପ୍ରୋତ୍ସାହନ କିମ୍ବା ଉତ୍ସାହିତ କରାଯାଉନି। ବହୁ ବର୍ଷିୟାନ କଳାକାରଙ୍କୁ ଭତ୍ତା, ବୀମାରେ ସାମିଲ କରାଯାଉନି। ନବରଂଗପୁର ଜିଲ୍ଲାର ଏକହଜାରରୁ ଊର୍ଦ୍ଧ୍ବ କଳାକାର ଭତ୍ତା ପାଇବାରୁ ବଂଚିତ ବୋଲି କହିଛନ୍ତି ସଂଗୀତଞ ବାଲାଜୀ କିଶୋର ରାୟ, ପାପାଡାହାଣ୍ଡି ବ୍ଲକର ତୁମ୍ବର୍ଲା ପଂଚାୟତର ରାଜାମାଟୁ ଗାଁର ୯୦ବର୍ଷିୟ ଗୀତ କୁଡ଼ିଆ ମୁକୁନ୍ଦ ଗୌଡ଼ ଓ ନନ୍ଦାହାଣ୍ଡି ବ୍ଲକର ଏକମ୍ବା ଗାଁର ଏକମ୍ବା କିଙ୍ଗ ମେଲୋଡି ଦଳର କରୁଣାମୟ ବେନିୟା। ବାଲାଜୀ କିଶୋର, ମୁକୁନ୍ଦଙ୍କ ସହ କରୁଣାମୟଙ୍କ ୨୫ଜଣିଆ ଦଳ ବାରମ୍ବାର ଆବେଦନ କରିବା ସହ ବ୍ଲକ, ପଂଚାୟତ, ବିଧାୟକ, ଜିଲ୍ଲାପାଳ ଆଦିଙ୍କ ନିକଟକୁ ଯାଇ ଥକି ପଡିଥିବା କହିଛନ୍ତି। ମୁକୁନ୍ଦଙ୍କୁ ବାର୍ଦ୍ଧକ୍ୟ କିମ୍ବା କଳାକାର ଭତ୍ତା ମିଳୁନି ଓ ମୁଣ୍ଡ ଗୁଂଜିବାକୁ ଘର ନାହିଁ। ଭୋକ ଉପବାସରେ ଦିନ କାଟୁଛନ୍ତି ମୁକୁନ୍ଦ।
    ଅବିଭକ୍ତ କୋରାପୁଟ ଜିଲ୍ଲାର ଲୋକ କଳା, ସଂସ୍କୃତି ଓପରମ୍ପରା ରହିଥିଲା ତାହାକୁ ବଂଚାଇ ରଖିବା ଦିଗରେ ସାମନ୍ୟ ତମ ପ୍ରୟାସ ବି ହେଉନଥିବା କହିଛନ୍ତି ଏହି କଳାକାର ମାନେ। ବାହାଘର ହେଉ କି ବ୍ରତଘର, ବାଲିଯତ୍ରା, ପୂଜାପାର୍ବଣ ସବୁସ୍ଥାନରେ ଲୋଡ଼ୁଥିବା ତଥା ଲୋକଗୀତ, ଲୋକସଂଗୀତ ଓ ଲୋକନୃତ୍ୟ ଢ଼େମସା, ରିଂଜୋଡ଼ିକୁ ସଂଗୀତ ଦେଉଥିବା ଗ୍ରାମାଂଚଳର ପାରମ୍ପରିକ ଡାମ୍ପ, ମହୁରି ବାଜା ଓ ଲୋବାଦ୍ୟ କଳାକାର ଅବହେଳିତ ବୋଲି କହିଛନ୍ତି ଏହି ତିନି କଳାକାର। ଶ୍ରୀ ରାୟଙ୍କ ଆବେଦନପତ୍ର କାର୍ଯ୍ୟାଳୟ‌େ ହଜିଯିବା ସମ୍ପର୍କରେ ସେ ଶୁଣି ଆଶ୍ଚାର୍ଯ୍ୟନ୍ବୀତ।

    ଲୋକକଳା ଅବହେଳିତ
    ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଲୋକ କଳା, ନୃତ୍ୟ, ବାଦ୍ୟକୁ ବ˚ଚାଇବାକୁ ଭରପୁର ପ୍ରୟାସ କରୁଛୁ ବୋଲି କହୁଥିଲେ ହେଁ ବହୁ ଲୋକ କଳାକାର ଆଜି ବି ଅ‌ବହେଳିତ ଅବସ୍ଥାରେ ରହିଛନ୍ତି। ଆନେକ କଳାକାର ନିଜର କଳାକାର ଭତ୍ତା ପାଇବା ଆଶାରେ ରହି ‌ନ ପାଇ ଆଜି ଆରପାରିରେ। ଗ୍ରାମାଂଚଳର କଳାକାରମାନଙ୍କୁ ଉତ୍ତମ ମଂଚ ପ୍ରଦାନ ପାଇଁ ଲୋକ ମହୋତ୍ସବ କରାଯାଉଥିଲେ ହେଁ କାଁଭାଁ ଗ୍ରାମାଂଚଳର କଳାକାର ମାନଙ୍କୁ ମଂଚ ଦିଆଯାଉଛି।
    ବାହାର କଳାକାରଙ୍କୁ ଗୁରୁତ୍ବ ଅଭ‌ିଯୋଗ
    ଅନ୍ୟପକ୍ଷରେ ଅନ୍ୟ ରାଜ୍ୟର କଳାକାରଙ୍କୁ ଅଧିକା ପଇସା ଦେଇ ଆଣି ଏଠାରେ ସେମାନଙ୍କର କଳା ପ୍ରଦର୍ଶନ କରାଯାଉଛି। ଜିଲ୍ଲାର କଳାକାରମାନେ ନିଜ କଳାରେ ପେଶି ହୋଇ ସେଭଳି ଦୟନୀୟ ଅବସ୍ଥାରେ ପଡି ରହୁଛନ୍ତି। ଧୀରେଧୀରେ ଲୋକ କଳା, ନୃତ୍ୟ, ବାଦ୍ୟ ଲୋପ ପାଇବାକୁ ବସିଥିବା ବେଳେ ଏହାକୁ କିଭଳି ପୁନଃରୁଦ୍ଦାର କରାଯିବ ସେ ନେଇ ପ୍ରଶାସନ, ସଂସ୍କୃତି ବିଭାଗ ଚିନ୍ତା କରିବା ଆବଶ୍ୟକ ବୋଲି ଏମାନେ କହିଛନ୍ତି। ସରକାର ଏବେ କଳାକାର ଭତ୍ତା ବି ବୃଦ୍ଦି କରିଛନ୍ତି। ତାଲିକାରେ ନାଁ ନଥିବାରୁ ଜିଲ୍ଲାର ଏକ ହଜାରରୁ ଉର୍ଦ୍ଧ୍ବ କଳାକାର ବଂଚିତ ହେବେ। ସେ କାର୍ଯ୍ୟରେ ଯୋଗ ଦେବା ବେଳେ ଜିଲ୍ଲାରେ ମାତ୍ର ୧୨୦ଜଣ ଭତ୍ତା ପାଉଥିଲେ। ତାଙ୍କ ବ୍ୟକ୍ତିଗତ ପ୍ରୟାସରେ ଏବେ ୮୦୩ଜଣ ଭତ୍ତା ପାଉଛନ୍ତି ଏବଂ ଏମାନେ ବର୍ଦ୍ଧିତ ଭତ୍ତା ବି ପାଇବେ ବୋଲି କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ। ସରକାରୀ ମାର୍ଗଦର୍ଶିକାରେ କିଛି ଜଣ ଯୋଗ୍ୟ ନୁହନ୍ତି। ସେମାନେ କଟିଯାଇଛନ୍ତି ବୋଲି କହିଛନ୍ତି ଡିସିଓ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ