Saturday, March 14, 2026
24.5 C
Odisha

    ଯକୃତକୁ ସଫା ରଖେ ଏହି ପରିବା

    ଆଗକୁ ପଢନ୍ତୁ

    ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିଦିଏ, ଖାଦ୍ୟ ହଜମ କରିବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ। କିନ୍ତୁ ଆଜିକାଲି ଅଧିକ ତେଲ, ଚିନି ଓ ଜଙ୍କ ଫୁଡ୍ ଖାଇବା ଯୋଗୁଁ ଯକୃତ ଉପରେ ବହୁତ ଚାପ ପଡୁଛି। ଏହା ଯକୃତକୁ ଦୁର୍ବଳ କରିପାରେ ଓ ଅନେକ ରୋଗର କାରଣ ମଧ୍ୟ ହୋଇପାରେ। ହେଲେ ଚିନ୍ତା କରନ୍ତୁ ନାହିଁ କିଛି ସାଧାରଣ ପରିବା ଖାଇଲେ ଆପଣଙ୍କ ଯକୃତ ସଫା ଓ ସୁସ୍ଥ ରହିବ। ଆସନ୍ତୁ ଜାଣିବା ଏହି ପରିବା ବିଷୟରେ:-

    ପାଳଙ୍ଗ: ପାଳଙ୍ଗ ହେଉଛି ଏକ ପ୍ରକାରର ଶାଗ। ପାଳଙ୍ଗକୁ ସାଲାଡରେ ଖାଇପାରିବେ, ସୁପ୍ ,ଜୁସ୍ ଓ ତରକାରୀ ମଧ୍ୟ ରାନ୍ଧି ଖାଇପାରିବେ । ସକାଳେ ପାଳଙ୍ଗ ଜୁସ୍ ପିଇଲେ ଯକୃତ ସହ ପେଟ ମଧ୍ୟ ସଫା ରହେ।

    ବିଟ୍: ବିଟ୍ ଯକୃତ ପାଇଁ ଏକ ଭଲ ପରିବା । ଏହା ଯକୃତକୁ ସଫା କରେ ଓ ରକ୍ତକୁ ଶୁଦ୍ଧ ରଖେ। ଏହା ଯକୃତର କୋଷକୁ ମଜବୁତ କରେ ଓ ନୂଆ କୋଷ ତିଆରି କରିବାରେ ସାହାଯ୍ୟ କରେ। ବିଟକୁ ଜୁସ୍ କରି ପିଅନ୍ତୁ, ସାଲାଡରେ ମିଶାନ୍ତୁ କିମ୍ବା ହାଲକା ସିଝାଇ ଖାଆନ୍ତୁ।

    ବ୍ରକୋଲି: ଏହା ଯକୃତକୁ ସଫା ରଖିବା ପାଇଁ ସାହାଯ୍ୟ କରେ ଓ ଶରୀରରୁ ଖରାପ ଜିନିଷ ବାହାର କରେ। ନିୟମିତ ବ୍ରକୋଲି ଖାଇଲେ ଯକୃତରେ ଚର୍ବି ଜମା ହେବା ରୋଗକୁ ମଧ୍ୟ କମାଇପାରୁଛି। ବ୍ରକୋଲିକୁ ସୁପ୍, ତରକାରୀ କିମ୍ବା ହାଲକା ସିଝାଇ ଖାଆନ୍ତୁ।

    କଲରା: କଲରା ପିତା ହେଲେ ମଧ୍ୟ ଏହା ଯକୃତ ପାଇଁ ବହୁତ ଲାଭଦାୟକ। ଏହା ଶରୀରରୁ ବିଷ ବାହାର କରେ। କଲରାକୁ ତରକାରୀ, ଭଜା କିମ୍ବା ଜୁସ୍ କରି ଖାଇପାରିବେ।

    ଧନିଆ: ଧନିଆ ପତ୍ର କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ନାହିଁ, ଯକୃତକୁ ମଧ୍ୟ ସଫା ରଖେ। ଧନିଆକୁ ଚଟଣୀ, ସୁପ୍, ଜୁସ୍ କିମ୍ବା ଖାଦ୍ୟ ଉପରେ ପକାଇ ଖାଇପାରିବେ।

    ବନ୍ଧାକୋବି: ଶୀତଦିନେ ଅଧିକ ମାତ୍ରାରେ ବ୍ୟବହାର ହେଉଥିବା ପରିବା ହେଉଛି କୋବି। ତେବେ ବନ୍ଧାକୋବି ହେଉଛି ଯକୃତର ପାଇଁ ଏକ ଉପଯୋଗୀ ପରିବା। ଏହା ଯକୃତରୁ ବିଷାକ୍ତ ଜିନିଷ ବାହାର କରେ। ବନ୍ଧାକୋବିକୁ ତରକାରୀ, ସାଲାଡ୍, ସୁପ୍ କିମ୍ବା ପରାଠାରେ ମିଶାଇ ଖାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ