Tuesday, April 7, 2026
27.6 C
Odisha

    ଯବାନଙ୍କ ଗାଁ ଭୂଇଁପୁରରେ ପାନୀୟଜଳ ସଙ୍କଟ

    ଆଗକୁ ପଢନ୍ତୁ

    ଢେଙ୍କାନାଳ, : ସଦର ବ୍ଲକ ଅନ୍ତର୍ଗତ ଯବାନଙ୍କ ଗ୍ରାମ ଭୂଇଁପୁର ଗ୍ରାମରେ ଉତ୍କଟ ପାନୀୟଜଳ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପାନୀୟ ଜଳ ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସରକାରଙ୍କ ତରଫରୁ ଲଗାଯାଇଥିବା ସୋଲାର ସିଷ୍ଟମରେ ଯେତିକି ପାଣି ଆସୁଛି, ତାହା ଗ୍ରାମବାସୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ । ଗ୍ରାମାବାସୀଙ୍କ ପାଇଁ ତୁରନ୍ତ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଦାବି କରାଯାଇଛି ।“ ସଦର ବ୍ଲକ ବଣସିଂହ ପଞ୍ଚାୟତର ଭୂଇଁପୁର ଗ୍ରାମ ଯେଉଁଠି ଶତାଧିକ ଲୋକ ଏବେ ବିଦେଶ ମାତୃକାର ସେବା ପାଇଁ ଜୀବନକୁ ବାଜି ଲଗାଇ ଦେଶର ସୀମାରେ ନିୟୋଜିତ ଅଛନ୍ତି । ଏହି ଗ୍ରାମରେ ପ୍ରାୟ ୫ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ପାନୀୟ ଜଳସଙ୍କଟ ସବୁ ଦୁଃଖଠାରୁ ବଳିଯାଇଛି । ଦୁଃଖ ଏବଂ ପରିତାପର ବିଷୟ ସେହି ଯବାନଙ୍କ ଗାଁରେ ଜଳକଷ୍ଟ ବ? ସମସ୍ୟା ହୋଇଛି । “

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ