Monday, March 30, 2026
27.4 C
Odisha

    ଯାଜପୁରରେ ଜମିଛି ନିର୍ବାଚନ ପ୍ରଚାର

    ଆଗକୁ ପଢନ୍ତୁ

    ଯାଜପୁରରେ ଜମିଛି ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରିଛନ୍ତି । ଜୁନ ୧ ତାରିଖରେ ଭୋଟିଂ ହେବାକୁ ଥିବା ବେଳେ ପ୍ରଚାର ପାଇଁ ଯଥେଷ୍ଟ ସମୟ ରହିଛି । ବିଜେଡି ପ୍ରାର୍ଥିନୀ ସୁଜାତା ସାହୁ ଭୂଇଁପୁର ପଞ୍ଚାୟତରେ ଜନସଭା ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି । ବିଜେଡି ସାଂସଦ ପ୍ରାର୍ଥିନୀ ସର୍ମିଷ୍ଠା ସେଠୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଚାରର ମଙ୍ଗ ଧରିଥିବା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ ବି‌ଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ଯାଏ ମହିଳାଙ୍କୁ ସମ୍ମାନ ଦେଉଥିବା ପ୍ରସଙ୍ଗ ଉଠାଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପ ସଭାପତି ପ୍ରକାଶ ତ୍ରିପାଠୀ, ଦିଲ୍ଲୀପ ଜେନା ଓ ଦେବଦତ୍ତ ଦାସ ପ୍ରମୁଖଙ୍କ ସହ ବହୁ ନେତା ସାମିଲ ‌ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ