Friday, October 18, 2024
30.6 C
Odisha

    ଯୁବକଙ୍କୁ ମାଡ଼ମାରି ପୁଲିସ୍ ଏଏସ୍‌ଆଇ ନିଲମ୍ବିତ

    ଆଗକୁ ପଢନ୍ତୁ

    ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନାରେ କାର୍ଯ୍ୟରତ ଏଏସଆଇ ବିନା କାରଣରେ ଜଣେ ଯୁବକଙ୍କୁ ମାଡ଼ମାରି ଅଡ଼ୁଆରେ ପଡ଼ିଛନ୍ତି । ଆଜି ତାଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଅଭିଯୋଗ ମୁତାବକ ୨୮ ତାରିଖ ରାତିରେ ରାଜନଗର ଥାନାର ଏଏସଆଇ ନରେନ୍ଦ୍ର କୁମାର ସିଂ ପୁଲିସ ପାଟ୍ରୋଲିଂ ଭ୍ୟାନରେ ଜଳିଛକରେ ପହଞ୍ଚି ଚା’ ପାନ ଦୋକାନ କରିଥିବା ପ୍ରମୋଦ ବିଶ୍ୱାଳଙ୍କୁ ଜଣେ ଯୁବକଙ୍କ ଠିକଣା ପଚାରିଥିଲେ । ଠିକଣା ଭୁଲ୍ ଦେଇଥିବା କହି ସେ ପ୍ରମୋଦଙ୍କୁ ଦୋକାନ ଭିତରୁ ଟାଣି ଆଣି ନିର୍ମମ ଭାବେ ପିଟି ରାସ୍ତା ଉପରେ ଫୋପାଡ଼ି ଦେଇଥିଲେ । ପୁଲିସ ମାଡ଼ରେ ଗୁରୁତର ପ୍ରମୋଦଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଏଏସଆଇ ଶ୍ରୀ ସିଂଙ୍କ ବିରୁଦ୍ଧରେ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ । ରାଜନଗର ଥାନାରେ ମାଡ଼ ଖାଇଥିବା ଯୁବକ ପ୍ରମୋଦ ବିଶ୍ୱାଳଙ୍କ ଅଭିଯୋଗ ଆଧାରରେ କେସ ନମ୍ବର ୩୭୭/୨୦୨୪, ଭାରତୀୟ ପିଙ୍ଗଳ କୋଡ ଧାରା ୨୯୬, ୩୫୧, ୧୧୫(୨)ରେ ରାଜନଗର ଥାନାର ଏଏସଆଇ ନରେନ୍ଦ୍ର କୁମାର ସିଂଙ୍କ ନାଁରେ ମାମଲା ରୁଜୁ ହୋଇଛି । ଘଟଣା ସମ୍ବେଦନଶୀଳ ହୋଇଥିବାରୁ ଏସ୍‌ଡିପିଓ କ୍ଷମା ସାଗର ପଣ୍ଡା ଓ ଆଇଆଇସି ଅଜୟ କୁମାର ଜେନା ତଦନ୍ତ କରି ରିପୋର୍ଟ ଏସ୍‌ପିଙ୍କୁ ପ୍ରଦାନ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ଥାନାରେ ଏହି ମାମଲା ରୁଜୁ ହୋଇଥିଲା । ଆଜି ସକାଳେ ଏସ୍‌ଡିପିଓ ରାଜନଗର ଥାନାରେ ପହଞ୍ଚି ମାଡ଼ ମାରିଥିବା ଏଏସଆଇଙ୍କ ସମେତ ପୁଲିସ ଭ୍ୟାନରେ ଯାଇଥିବା ଅନ୍ୟ କର୍ମଚାରୀଙ୍କୁ ପଚରା ଉଚରା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ