Thursday, July 30, 2026
26.5 C
Odisha

    ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍, ଡ୍ରାଇଭର ମୃତ ଓ ୧୫ ଆହତ

    ଆଗକୁ ପଢନ୍ତୁ

    ଯାଜପୁର ରୋଡ଼ : ରଙ୍ଗରୁଟ୍ ହେଲା କାଳ। ହାଇୱାକୁ ଧକ୍କା ଦେଲା ଘରୋଇ କଲେଜ ବସ୍। ଦୁର୍ଘଟଣାରେ ଡ୍ରାଇଭର ମୃତ, ୧୫ ଆହତ। ଯାଜପୁର ରୋଡ କୋରାଇ ଥାନା ଔପଦା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଗତକାଲି ରାତି ପ୍ରାୟ ୧୧ଟା ୩୦ରେ ଏକ ଘରୋଇ କଲେଜର ବସ୍ ଛାତ୍ର ମାନଙ୍କୁ ନେଇ ଯାଜପୁର ରୋଡ ଅଭିମୁଖେ ଯାଉଥିବା ବେଳେ ଔପଦା ଛକ ନିକଟରେ ହଠାତ ଏକ ହାଇୱା ରଙ୍ଗ ରୁଟରୁ ଆସି ବସ୍ ଆଗକୁ ପଶି ଆସିଥିଲା ।

    ଫଳରେ ଭାରସାମ୍ୟ ହରାଇ ବସଟି ହାଇୱାକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ୨ ଆହତଙ୍କୁ କଟକ ଓ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ଆହତ ୧୧ ଛାତ୍ରଙ୍କୁ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି । କୋରେଇ ଓ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.5 ° C
    26.5 °
    26.5 °
    86 %
    2.5kmh
    95 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ