Tuesday, April 7, 2026
27.6 C
Odisha

    ଯୁବତୀ ଅଜଗର ସହିତ ଗୋଟିଏ ଶେଯରେ: ଭିଡିଓ ଭାଇରାଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦୁନିଆରେ ଅନେକ ବିପଜ୍ଜନକ ସାପ ଅଛନ୍ତି। ଏହି ସାପମାନଙ୍କ ମଧ୍ୟରୁ କେତେକ ନିଜ ବିଷରେ ଅନ୍ୟା ଜୀବନ ନେଇ ପାରନ୍ତି। ଆଉ କେତେକ ବଡ଼ ବଡ଼ ଜୀବଙ୍କୁ ମଧ୍ୟ ଗିଳି ଦିଅନ୍ତି । ଅନେକ ସାପ ଅଛନ୍ତି, ଯେଉଁମାନେ ବିଷାକ୍ତ ନୁହଁନ୍ତି। ସାପ ପ୍ରତି ‌ଲୋକଙ୍କ ମଧ୍ୟରେ ଭୟ ରହିଥାଏ।କିନ୍ତୁ କେତେକ ଲୋକ ଅଛନ୍ତି ଯେଉଁମାନେ ଏହି ସାପମାନଙ୍କ ସହିତ ଏକାଠି ରହିବାରେ ଅଭ୍ୟସ୍ତ। ସେମାନେ ସାପକୁ ନିଜ ଘରେ ପୋଷା ଜୀବଙ୍କ ଭଳି ପାଳନ କରିଥାନ୍ତି। ଏପରିକି ସେମାନେ ସାପ ସହିତ ଗୋଟିଏ ଶେଯରେ ଏକାଠି ଶୋଇଥା’ନ୍ତି।

    ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଯୁବତୀ ଏକ ବିରାଟ ଅଜଗର ସହିତ ଗୋଟିଏ ଶେଯରେ ଶୋଇଛନ୍ତି। ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀ ଜଣକ ସାପକୁ ରାତିସାରା ନିଜ ଶେଯରେ ରଖିଥାନ୍ତି। ଯୁବତୀ ଜଣକ ସାପର ପାଟି ଆଗରେ ନିଜ ମୁଣ୍ଡ ରଖି ଶୋଇଥାନ୍ତି। ସୂଚନାଯୋଗ୍ୟ, ଲୌରା ଲିଅନ୍ ପ୍ରାୟତଃ ପଶୁମାନଙ୍କ ସହିତ ଏହିପରି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ବେଳେବେଳେ ତାଙ୍କୁ ସାପ ଏବଂ ବେଳେବେଳେ କୁମ୍ଭୀର ସହିତ ଦେଖିବାକୁ ମିଳିଥାଏ। ଅଜଗର ସହିତ ଶୋଇବାର ଏହି ଭିଡିଓ ସୋସିଆଲ ମିଡିଆରେ ଅଧିକ ଲୋକପ୍ରିୟ ହେଉଛି।
    ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୬୪ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଲକ୍ଷ ଲକ୍ଷ ଲୋକ ଏହାକୁ ଏକ ସମୟରେ ଲାଇକ୍ ଏବଂ ସେୟାର କରିଛନ୍ତି। ଏହି ଭିଡିଓ ନେଇ ୩୦୦୦ରୁ ଅଧିକ କମେଣ୍ଟ ଆସିଛି। ଅତୁଲ ପରମାର ନାମକ ଜଣେ ୟୁଜର ଏହି ଭିଡିଓ ଉପରେ ମନ୍ତବ୍ୟ ଦେବାବେଳେ ଲେଖିଛନ୍ତି ଯେ, ଶିଶୁ ସାପ ମା ସାପ ସହିତ ଶୋଇଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଏହି ସାପ ଶୀଘ୍ର ଏହି ମହିଳାଙ୍କୁ ଖାଇବ ଯଦି ସାପ ଖାଇବା ପିଇବା ବନ୍ଦ କରିଦିଏ, ତେବେ ଏହାର ଅର୍ଥ ହେଉଛି ସାପ ଏକ ବଡ଼ ଶିକାର ଖୋଜୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ