Tuesday, September 9, 2025
30.7 C
Odisha

    ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଉପହାର: ବଢ଼ିପାରେ ମହଙ୍ଗା ଭତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ସରକାର ସପ୍ତମ ବେତନ କମିସନ ଅନୁଯାୟୀ ଡିଏ ବୃଦ୍ଧି ଘୋଷଣା କରିପାରନ୍ତି। ସରକାର ଜୁଲାଇ ୨୦୨୫ ରେ କର୍ମଚାରୀମାନଙ୍କୁ ୩-୪ପ୍ରତିଶତ ମହଙ୍ଗା ଭତ୍ତା ଦେଇପାରନ୍ତି। ପୂର୍ବରୁ ମାର୍ଚ୍ଚ ମାସରେ ଡିଏ ୨ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯାହା ପରେ ଏହା ୫୩ ପ୍ରତିଶତରୁ ୫୫ ପ୍ରତିଶତକୁ ବୃଦ୍ଧି ପାଇଥିଲା।ମାର୍ଚ୍ଚରେ ଘୋଷଣା ହୋଇଥିବା ଭତ୍ତା ଜାନୁଆରି ୧ ରୁ ଲାଗୁ ହେବ ବୋଲି ବିବେଚନା କରାଯାଇଥାଏ। ବର୍ତ୍ତମାନ ଘୋଷଣା ହେବାକୁ ଥିବା ଭତ୍ତା ୧ ଜୁଲାଇ ୨୦୨୫ରୁ କାର୍ଯ୍ୟକାରୀ ହେବ ବୋଲି ବିବେଚନା କରାଯାଉଛି। କେନ୍ଦ୍ର କର୍ମଚାରୀମାନଙ୍କୁ ସରକାର ଡିଏ ଏବଂ ପେନସନଭୋଗୀଙ୍କୁ ଡିଆର ପ୍ରଦାନ କରିଥାନ୍ତି।

    ଅଖିଳ ଭାରତୀୟ ଔଦ୍ୟୋଗିକ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ଏଆଇସିପିଆଇ-ଆଇଡବ୍ଲୁ ) ର ତଥ୍ୟ ଆଧାରରେ ଡିଏ ଗଣନା କରାଯାଇଥାଏ। ଦେଶର ୮୮ ଟି ଶିଳ୍ପ କେନ୍ଦ୍ରର ୩୧୭ ଟି ବଜାରରେ ପ୍ରଚଳିତ ଖୁଚୁରା ମୂଲ୍ୟ ଆଧାରରେ ଏଆଇସିପିଆଇ-ଆଇଡବ୍ଲୁ ସୂଚକାଙ୍କ ପ୍ରକାଶିତ ହୋଇଥାଏ। ଏହା ସହିତ ସରକାର ଡିଏ ସଂଶୋଧନ କରିବା ପୂର୍ବରୁ ଗତ ଛଅ ମାସର ତଥ୍ୟକୁ ମଧ୍ୟ ଦେଖିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.7 ° C
    30.7 °
    30.7 °
    63 %
    2.1kmh
    71 %
    Tue
    31 °
    Wed
    32 °
    Thu
    31 °
    Fri
    31 °
    Sat
    29 °

    ସମ୍ବନ୍ଧିତ