Thursday, August 13, 2026
25.8 C
Odisha

    ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ, ଆଞ୍ଚଳିକ ପାଣିପାଗ ବିଭାଗ ର ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ । ୨ ରୁ ୩ ଦିନ ଭିତରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁବ । ଆଞ୍ଚଳିକ ପାଣିପାଗ ବିଭାଗ ର ପୂର୍ବାନୁମାନ ।  ମୌସୁମୀ ବାୟୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳକୁ ପ୍ରବେଶ କରିଛି । ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଆଉ କିଛି ଅଞ୍ଚଳକୁ ପହଞ୍ଚିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି । ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବ ।  ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପୁରା ଓଡ଼ିଶାକୁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି ।

    ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ଚେତାବନୀ ଜାରି କରାଯାଇଛି । ୧୧ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନାଗିରି ଏବଂ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।  ୧୨ ଓ ୧୩ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।  ଆସନ୍ତା ୧୪ ତାରଖ ଯାଏ ପୁରା ଓଡ଼ିଶାରେ କାଳବୈଶାଖୀ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.8 ° C
    25.8 °
    25.8 °
    91 %
    1.5kmh
    100 %
    Thu
    28 °
    Fri
    28 °
    Sat
    24 °
    Sun
    27 °
    Mon
    29 °

    ସମ୍ବନ୍ଧିତ