Sunday, July 12, 2026
31 C
Odisha

    କ୍ୟୁବାରେ ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ରହିଛି ୬.୧

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : କ୍ୟୁବାରେ ଶକ୍ତିଶାଳୀ ଭୂକମ୍ପ । ୬.୧ ମ୍ୟାଗ୍ନିଚ୍ୟୁଡରେ ଥରିଲା କ୍ୟୁବା । ମେକ୍ପିକୋ ଏବଂ ଆମେରିକାର ଫ୍ଲୋରିଡା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା ଭୂକମ୍ପର ଝଟକା । ମିଆମି, ଓର୍ଲାଣ୍ଡୋ, ଟାମ୍ପା, ଜ୍ୟାକ୍ସନଭିଲ୍ ଏବଂ ତାଲାହାସୀରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ କ୍ୟୁବାର ପଶ୍ଚିମାଞ୍ଚଳରେ ଥିବା ମାଣ୍ଟୁଆ ସହରଠାରୁ ପ୍ରାୟ ୧୦୪ କିଲୋମିଟର ଦୂର ଏବଂ ୧୦ କିଲୋମିଟର ଗଭୀରତାରେ ଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ତେବେ ସୁନାମୀ ପାଇଁ କୌଣସି ସତର୍କତା ଜାରି ହୋଇନି ।

    ସେହିଭଳି, ସୋମବାର ମଧ୍ୟ ଫିଲିପାଇନ୍ସର ମିଣ୍ଡାନାଓ ଅଞ୍ଚଳରେ ଏକ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୮ ଥିଲା । ସ୍ଥାନୀୟ ସମୟ ସକାଳ ପ୍ରାୟ ୭:୩୭ ମିନିଟରେ ଏହି ଭୂମିକମ୍ପ ଘଟିଥିଲା । ଏହାର କେନ୍ଦ୍ରସ୍ଥଳ ମିଣ୍ଡାନାଓ ଅଞ୍ଚଳର ବୁରିଆସ୍ ନିକଟବର୍ତ୍ତୀ ଅଞ୍ଚଳ ବୋଲି ଜଣାପଡ଼ିଥିଲା । ଭୂମିଠାରୁ ଏହାର ଗଭୀରତା ପ୍ରାୟ ୧୦ରୁ ୫୫ କିଲୋମିଟର ମଧ୍ୟରେ ରହିଥିବା ଅନୁମାନ କରାଯାଉଥିଲା । ​ଭୂମିକମ୍ପ ପରେ ଫିଲିପାଇନ୍ସ ଏବଂ ଇଣ୍ଡୋନେସିଆର ସମ୍ପୃକ୍ତ ସଂସ୍ଥାମାନଙ୍କ ପକ୍ଷରୁ ସୁନାମି ଚେତାବନୀ ଜାରି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    31 ° C
    31 °
    31 °
    60 %
    3.4kmh
    98 %
    Sun
    29 °
    Mon
    34 °
    Tue
    26 °
    Wed
    30 °
    Thu
    32 °

    ସମ୍ବନ୍ଧିତ