Thursday, July 30, 2026
23.9 C
Odisha

    ରେଲଓ୍ବେ ଚାକିରି କରାଇ ଦେବା ନାଁରେ ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ବାପ ଝିଅ ଗିରଫ

    ଆଗକୁ ପଢନ୍ତୁ

    ଭୁବେନଶ୍ବର: ରେଲୱେରେ ଚାକିରି ଦେବା ନାଁରେ ଠକେଇ । ୨୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାପ ଝିଅ ଗିରଫ । ଭୁବେନଶ୍ବର ୧ନମ୍ବର ହାଟରୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଗିରଫ ଅଭିଯୁକ୍ତମାନେ ହେଲେ ବାପା ବିଦ୍ୟାଧର ଦାସ ଓ ଝିଅ ସୁମତି ଦାସ । ସେମାନଙ୍କ ଘର ଭଦ୍ରକ ଆନନ୍ଦ ବଜାରରେ । ସେ ୧ନମ୍ବର ହାଟରେ ରହୁଥିଲେ । ସୁମତି ରେଲୱେରେ ଚାକିରି କରୁଥିବା କଥା ସମସ୍ତଙ୍କୁ କହିଥିଲେ । ଅନେକ ଲୋକଙ୍କୁ ଚାକିରି କରାଇଦେବେ କହି ୨୦ଲକ୍ଷ ଟଙ୍କା ଠକି ନେଇଥିଲେ । ପରେ ଧରାଛୁଆଁ ଦେଉନଥିଲେ। କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

    ସେହିପରି ଗତକାଲି କଣ୍ଟାବାଞ୍ଜିରୁ ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । ଏଥିପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ଛାତ୍ରଛାତ୍ରୀ । ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଥିଲା । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଥିଲା ଏଭଳି ସଂଘାତିକ ଅଭିଯୋଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.9 ° C
    23.9 °
    23.9 °
    94 %
    1.4kmh
    100 %
    Wed
    24 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ