Sunday, May 25, 2025
25.8 C
Odisha

    ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ହେବ ସ୍ଵତନ୍ତ୍ର ଆପ୍ ସହ ୱେବ୍ ସାଇଟ୍, ରଥଯାତ୍ରା ସମୟରେ ଚାଲିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍

    ଆଗକୁ ପଢନ୍ତୁ

    ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ଓ ଶ୍ରୀଜଗନ୍ନାଥ ଧାମକୁ ନେଇ ସ୍ଵତନ୍ତ୍ର ଆପ୍ ସହ ୱେବ୍ ସାଇଟ୍ ହେବ । ରଥଯାତ୍ରା ସମୟରେ ୩୬୫ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବ । ସିସିଟିଭି, ଅତ୍ୟାଧୁନିକ ଡ୍ରାନ୍ କ୍ୟାମେରା, A 1 କ୍ୟାମେରା ନଜରରେ ରହିବ ପୁରୀ । ରଥଯାତ୍ରା ସମୟରେ ପୁରୀ ପୌରାଞ୍ଚଳରେ ସମସ୍ତ ଭକ୍ତଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା କରାଯିବ। ଆଜି ଅନୁଷ୍ଠିତ ପ୍ରଥମ ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି . ପରମେଶ୍ୱରମ୍ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି ।

    ପୁରୀ ଟାଉନ ହଲରେ ବସିଥିବା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥଙ୍କର ସ୍ୱାଇଁ ,ଆଇଜି,ରେଳବାଇ ଆରକ୍ଷୀ ଅଧିକ୍ଷକ, ଏସପି ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ କରି ରଥ କାଠ ଯୋଗାଣ ,ରଥ ନିର୍ମାଣ ,ନୀତି ସଂପାଦନ ,ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ ,ବିଦ୍ୟୁତ୍ ଯୋଗାଣ ଆଦି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ରଥଯାତ୍ରା ସମୟରେ ୧୪୦ଟି ଅଧିକ ଶଯ୍ୟା,୩୩ଟି ଆଶୁ ଚିକିତ୍ସା କେନ୍ଦ୍ର ଓ ୫ ଜଣ ଫୁଡ୍ ଇନ୍ସପେକ୍ଟର ଆସିବେ ବୋଲି ନିଷ୍ପତ୍ତି ହୋଇଛି।

    ବଡ଼ଦାଣ୍ଡର ଉଭୟ ପାର୍ଶ୍ଵର ନାଳ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ରେଡ଼କ୍ରସ ରୋଡ ସମେତ କ୍ରସ ଡ୍ରେନ୍ ଓ ବଡ଼ଦାଣ୍ଡର ସଫେଇ କାର୍ଯ୍ୟ ମେ ୧୫ ସୁଦ୍ଧା ଶେଷ ହେବ। ଜୁନ୍ ସୁଦ୍ଧା ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହି, ଗଳିକନ୍ଦି ନାଳ ସଫେଇ ଶେଷ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.8 ° C
    25.8 °
    25.8 °
    88 %
    1.4kmh
    100 %
    Sat
    26 °
    Sun
    33 °
    Mon
    35 °
    Tue
    35 °
    Wed
    35 °

    ସମ୍ବନ୍ଧିତ