Thursday, March 6, 2025
32.7 C
Odisha

    ରବିବାର ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍

    ଆଗକୁ ପଢନ୍ତୁ

    ଲାହୋର : ଆଇସିସି ଚମ୍ପିଆନ୍ସ ଟ୍ରଫି କ୍ରିକେଟ୍‌ର ନବମ ସଂସ୍କରଣର ଫାଇନାଲ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ବୁଧବାର ଖେଳା ଯାଇଥିବା ଦ୍ବିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ତୃତୀୟ ଥର ଫାଇନାଲରେ ପହଞ୍ଚିଛି। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ରଚିନ ରବୀନ୍ଦ୍ର ଓ କେନ୍‌ ୱିଲିୟମସନଙ୍କ ଶତକ ବଳରେ ୬ ୱିକେଟ ହରାଇ ବିଶାଳ ୩୬୨ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଡେଭିଡ ମିଲରଙ୍କ ଅପରାଜିତ ୧୦୦ ରନ୍‌ ସତ୍ତ୍ବେ ୯ ୱିକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା। ପୂର୍ବରୁ ଭାରତ ପ୍ରଥମ ସେମିଫାଇନାଲରେ ୪ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତକରି ଫାଇନାଲରେ ପହଞ୍ଚିଥିଲା। ରବିବାର ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ଫାଇନାଲରେ ମୁହାଁମୁହିଁ ହେବେ। ଚଳିତ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଭାରତ ୪୪ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ଚମ୍ପିଆନ୍ସ ଟ୍ରଫିରେ ଭାରତ ପଞ୍ଚମ ଓ ନ୍ୟୁଜିଲାଣ୍ଡ ତୃତୀୟ ଥର ପାଇଁ ଫାଇନାଲ ଖେଳିବେ। ଅନ୍ୟପକ୍ଷରେ ଦୁଇ ଦଳ ୨୫ ବର୍ଷ ପରେ ଦ୍ବିତୀୟ ଥର ପାଇଁ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ମୁହାଁମୁହିଁ ହେବେ। ୨୦୦୦ରେ କେନିୟାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫି ଦ୍ବିତୀୟ ସଂସ୍କରଣ ଫାଇନାଲରେ ଭାରତ ଓ ନ୍ୟୁଜିଲାଣ୍ଡ ପହଞ୍ଚିଥିଲେ। ଫାଇନାଲରେ ନ୍ୟୁଜିଲାଣ୍ଡ ୪ ୱିକେଟ​ରେ ଭାରତକୁ ପରାସ୍ତକରି ପ୍ରଥମ ଥର ଚମ୍ପିଆନ ହୋଇଥିଲା। ନ୍ୟୁଜିଲାଣ୍ଡ ୧୬ ବର୍ଷ ପରେ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ପହଞ୍ଚିଛି। ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଚମ୍ପିଆନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲାଣ୍ଡ ପହଞ୍ଚିଥିଲା। ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ୬ ୱିକେଟରେ ଏହା ପରାଜିତ ହୋଇଥିଲା। ପୂର୍ବରୁ ଭାରତ ୪ ଥର ଫାଇନାଲ ଖେଳି ଦୁଇଥର ଚମ୍ପିଆନ ଓ ଦୁଇଥର ରନର୍ସଅପ ଏବଂ ନ୍ୟୁଜିଲାଣ୍ଡ ଦୁଇ ଥର ଫାଇନାଲ ଖେଳି ଥରେ ଚମ୍ପିଆନ ଓ ଥରେ ରନର୍ସଅପ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.7 ° C
    32.7 °
    32.7 °
    5 %
    3.9kmh
    5 %
    Thu
    31 °
    Fri
    35 °
    Sat
    38 °
    Sun
    38 °
    Mon
    39 °

    ସମ୍ବନ୍ଧିତ